Odisha Link
Bridging the Missing Links in Odisha

ମୋଦି ସରକାରଙ୍କୁ ଟାର୍ଗେଟ କଲେ ପ୍ରିୟଙ୍କା, କହିଲେ ଅଛା ଦିନ ଆଏଗା

ନୂଆଦିଲ୍ଲୀ: ଦିନକୁ ଦିନ ଖସୁଛି ଦେଶର ଆର୍ଥିକ ଅଭିବୃଦ୍ଧି ହାର। ଗତକାଲି ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସିକ ଅଭିବୃଦ୍ଧି ହାର ୪.୫ ରହିଛି। ଯାହାକି ଦୀର୍ଘ ୭ ବର୍ଷ ମଧ୍ୟରେ ସବୁଠାରୁ ନିମ୍ନ ଅଭିବୃଦ୍ଧି ହାର। ତିନି ମାସ ପୂର୍ବରୁ ଏହି ଅଭିବୃଦ୍ଧି ହାର କିନ୍ତୁ ୫ ପ୍ରତିଶତ ଥିଲା। ଗତବର୍ଷ କିନ୍ତୁ ଦ୍ୱିତୀୟ ତ୍ରୟମାସିକ ଅଭିବୃଦ୍ଧି ହାର ୭ ପ୍ରତିଶତ ଥିଲା। ଯାହାକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ ଭଦ୍ରା।

ପ୍ରିୟଙ୍କା ଟୁଇଟ କରି କହିଛନ୍ତି ଯେ, ବାଦା ତେରା ବାଦା….୨କୋଟି ନିଯୁକ୍ତି ପ୍ରତିବର୍ଷ। ଫସଲର ଦୁଇଗୁଣା ଦରବୃଦ୍ଧି, ଅଛେ ଦିନ ଆସିବ, ମେକ୍‌ ଇନ୍‌ ଇଣ୍ଡିଆ ହେବ, ଅର୍ଥବ୍ୟବସ୍ଥା ୫ଟ୍ରିଲିୟନ୍‌ ହେବ। କେଉଁ ପ୍ରତିଶ୍ରୁତିରେ ହିସାବ ମିଳିବ ବୋଲି କହିଛନ୍ତି ପ୍ରିୟଙ୍କା। ଏଭଳି ନିଆରା ଶୈଳୀରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ ଭଦ୍ରା।

Comments are closed.