Odisha Link
Bridging the Missing Links in Odisha

ରାଜ୍ୟସ୍ତରୀୟ ଶିଶୁଯତ୍ନ ଅନୁଷ୍ଠାନ ସମୁହ ଖେଳକୁଦ ହୈାସଲା -୨୦୧୯ ଉଦ୍‌ଯାପିତ

ଭୁବନେଶ୍ବର: ଶିଶୁଯତ୍ନ ଅନୁଷ୍ଠାନର ଅନ୍ତେଃବାସୀମାନେ ମଧ୍ୟ କିଛି କମ୍ ନୁହନ୍ତି, ସରକାରଙ୍କ ଦ୍ୱାରା ନିଆଯାଇଥିବା ବିବିଧ ପଦକ୍ଷେପର ଫଳ ସ୍ୱରୂପ ସେମାନେ ଆଜି କ୍ରୀଡା କ୍ଷେତ୍ରରେ ମଧ୍ୟ ନିଜର ଦକ୍ଷତା ପ୍ରତିପାଦିଦ କରିଛନ୍ତି ବୋଲି ଆଜି ହୈାସଲା – ୨୦୧୯ର ଉଦ୍ଯାପନୀ ଉତ୍ସବରେ ମତ ପ୍ରକାଶ ପାଇଛି । ଭୂବନେଶ୍ୱରର ୟୁନିଟ୍-୬ ବାଳକ ଉଚ୍ଚ ବିଦ୍ୟାଳୟ କ୍ରୀଡାଙ୍ଗନରେ ୨ ଦିନ ଧରି ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ଦ୍ୱାରା ଏହି ଖେଳକୁଦ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଯେଉଁଠି ରାଜ୍ୟର କୋଣ ଅନୁକୋଣରୁ ୩୦ ଗୋଟି ଜିଲ୍ଲାରେ ଥିବା ଶିଶୁଯତ୍ନ ଅନୁଷ୍ଠାନର ୧୧୦୮ ଜଣ ଅନ୍ତେଃବାସୀ କ୍ରୀଡା ନୈପୂଣ୍ୟ ପ୍ରର୍ଦଶନ କରିଥିଲେ । ଯେଉଁଠି ରାଜ୍ୟର ଉପାନ୍ତ ଅଂଚଳ ଜିଲ୍ଲା ଯଥା ମାଲକାନାଗିରି, କେଉଁଝର କୋରାପୁଟ ପରି ଜିଲ୍ଲାର ଶିଶୁମାନେ ମଧୟ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ ।

ଏଥିରେ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ପ୍ରମୁଖ ସଚିବ ଶ୍ରୀମତି ଅନୁ ଗର୍ଗ ଯୋଗଦାନ କରି ବିଜୟୀ ଶିଶୁମାନଙ୍କୁ ଉତ୍ସାହିତ କରିବା ସହିତ ଜାତୀୟ ପ୍ରତିଯୋଗୀତାରେ ସଫଳତାକୁ ବହୁଗୁଣିତ କରିବାକୁ ଆହ୍ୱାନ ଦେଇଥିଲେ । ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ସଦସ୍ୟା ସନ୍ଧ୍ୟାବତୀ ପ୍ରଧାନ ଓ ବିଭାଗର ଉପଦେଷ୍ଟା ଶ୍ରୀମତି ସୁଲତା ଦେଓ ଅନ୍ୟତମ ଅତିଥି ଭାବରେ ଯୋଗଦେଇ ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ । ସଭା ଶେଷରେ ୨୭ଟି ବିଭାଗରେ ୮୬ ଜଣ ଶିଶୁ ଓ ଦଳଙ୍କୁ ପୁରସ୍କୃତ କରାଯାଇଥିଲା । ଫୁଟବଲ୍ ବାଳିକା ବର୍ଗରେ ଖୋର୍ଧା ଦଳ ରନର୍ସ ଅପ୍ ହୋଇଥିବା ବେଳେ, ମୟୁରଭଞ୍ଜ ଦଳ ଚମ୍ପିୟନ ହୋଇଥିଲେ ।

ସେହିପରି ଫୁଟବଲ୍ ବାଳକ ବର୍ଗରେ ଭଦ୍ରକ ଦଳ ରନର୍ସ ଅପ୍ ହୋଇଥିବା ବେଳେ, କେନ୍ଦୁଝର ଦଳ ଚମ୍ପିୟନ ହୋଇଥିଲେ । ଏହି ଉତ୍ସବରେ ବିଭାଗର ଯୁଗ୍ମ ସଚିବ ଶ୍ରୀମତି ରେଗା ଗୀତାରାଣୀ ପ…ନାୟକ ଉପସ୍ଥିତ ଥିଲେ । ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିର କାର୍ଯ୍ୟକ୍ରମ ପ୍ରବନ୍ଧକ ପ୍ରୀତିକାନ୍ତ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

ଏଠାରେ ସୂଚନାଯୋଗ୍ୟ ଶିଶୁଯତ୍ନ ଅନୁଷ୍ଠାନର ଅନ୍ତେଃବାସୀମାନଙ୍କର କ୍ରୀଡାପ୍ରତିଭାର ବିକାଶ ଓ ସମ୍ବର୍ଦ୍ଧନା ପାଇଁ ତ୍ରିସ୍ଥରୀୟ ପ୍ରତିଯୋଗୀତାର ଆୟୋଜନ ହୋଇଅଛି । ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟର ୩୦ଟି ଜିଲ୍ଲାରେ ଆୟୋଜିତ ହୈାସଲା ଉତ୍ସବରେ ଶିଶୁମାନେ ଲମ୍ବଡିଆଁ, ଉଚ୍ଚ ଡିଆଁ, ଫୁଟବଲ୍, ଚେସ୍, ବକ୍ତୃତା, ଚିତ୍ରାଙ୍କନ ଓ ଦୈାଡ ପ୍ରତିଯୋଗୀତାରେ ଭାଗ ନେଇଥିଲେ । ଜିଲା୍ଲସ୍ତରୀୟ ଉତ୍ସବର ବିଜେତା ମାନେ ରାଜ୍ୟସ୍ତରୀୟ ଉତ୍ସବରେ ଭାଗ ନେଇଥିବା ବେଳେ ରାଜ୍ୟସ୍ତରୀୟ ବିଜେତାମାନେ ଦିଲ୍ଲୀଠାରେ ହେବାକୁ ଥିବା ଜାତୀୟ ପ୍ରତିଯୋଗୀତାରେ ଭାଗ ନେବାପାଇଁ ଯୋଗ୍ୟ ବିବେଚିତ ହେବେ । ଏଠାରେ ସୂଚନାଯୋଗ୍ୟ ବିଗତ ଦୁଇ ବର୍ଷ ଧରି ସର୍ବଭାରତୀୟ ହୈାସଲାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଓଡିଶା ଦଳ ଚମ୍ପିୟନ ହୋଇ ଆସିଛି ।

Comments are closed.