Odisha Link
Bridging the Missing Links in Odisha

ମହିଳାଙ୍କ ସୁରକ୍ଷା ପାଇଁ କମିଶନରେଟ୍‌ ପୁଲିସ୍‌ ଜାରି କଲା ଗାଇଡ୍‌ଲାଇନ୍‌

ଭୁବନେଶ୍ବର: ରାଜ୍ୟ ସମେତ ସାରା ଦେଶରେ ହଇଛଇ ସୃଷ୍ଟି କରିଛି ହାଇଦ୍ରାବାଦରେ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା। ଏଭଳି ଘଟଣାକୁ ନେଇ ସାରା ଦେଶରେ ତୀବ୍ର ହୋଇଛି ପ୍ରତିବାଦର ସ୍ୱର। ଦୋଷୀଙ୍କୁ କଡ଼ା ଦଣ୍ଡ ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି। ଏହି ସମୟରେ ମହିଳାଙ୍କ ସୁରକ୍ଷା ନେଇ ଭୁବନେଶ୍ୱର-କଟକ କମିଶନରେଟ୍‌ ପୁଲିସ ଜାରି କରିଛି ଗାଇଡ୍‌ଲାଇନ୍‌। ଅସୁବିଧାରେ ପଡ଼ିଥିବା ମହିଳାମାନେ ତୁରନ୍ତ ୧୦୦କୁ ଡାଏଲ୍ କରି ପିସିଆର ଭ୍ୟାନ୍‌ ନପହଞ୍ଚିବା ଯାଏଁ ସପିଂ ଏରିଆ ବା ପେଟ୍ରୋଲ ପମ୍ପ ଭଳି ପବ୍ଲିକ ପ୍ଲେସ୍‌ ରହିବାକୁ ପରାମର୍ଶ ଦେଇଛି।

ତେଲେଙ୍ଗାନା ଘଟଣା ପରେ ମହିଳାଙ୍କ ଜୀବନ ପ୍ରତି ବଢୁଥିବା ବିପଦକୁ ଦେଖି ଆଡଭାଇଜରି ଜାରି କରିଛି କଟକ-ଭୁବନେଶ୍ୱର କମିଶନରେଟ୍ ପୁଲିସ୍। ଅସୁବିଧାରେ ପଡ଼ିଥିବା ମହିଳାମାନେ ତୁରନ୍ତ ୧୦୦କୁ ଡାଏଲ୍‌ କରିବାକୁ କୁହାଯାଇଛି। ପିସିଆର ଭ୍ୟାନ ନପହଞ୍ଚିବା ଯାଏଁ ଜନଗହଳି ଓ ପେଟ୍ରୋଲ ପମ୍ପ ଭଳି ପବ୍ଲିକ ପ୍ଲେସ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି। ତା’ସହିତ ‘ସହାୟତା’ ମୋବାଇଲ୍‌ ଆପ୍ ଜରିଆରେ ଏସ୍ଓଏସ୍ ମେସେଜ ଦେଲେ, ବିପଦରେ ପଡ଼ିଥିଲା ମହିଳାଙ୍କ ନିକଟରେ ପୁଲିସ୍ ତୁରନ୍ତ ପହଞ୍ଚି ପାରିବ ବୋଲି ଗାଇଡ୍‌ଲାଇନ୍‌ରେ କୁହାଯାଇଛି।

Comments are closed.