Odisha Link
Bridging the Missing Links in Odisha

ଭାରତ ଏକ ହିନ୍ଦୁ ରାଷ୍ଟ୍ର: ରବି କିଶନ

ନୂଆଦିଲ୍ଲୀ: ଚର୍ଚ୍ଚାରେ ବିଜେପି ସାଂସଦ ତଥା ଲୋକପ୍ରିୟ ଅଭିନେତା ରବି କିଶନ। ତାଙ୍କର ଏକ ବୟାନକୁ ନେଇ ସବୁଆଡେ ଚର୍ଚ୍ଚା। ଆଜି ସଂସଦ ବାହାରେ ଗଣମାଧ୍ୟମ ପ୍ରତିନିଧୀଙ୍କୁ ଭାରତ ଏକ ହିନ୍ଦୁ ରାଷ୍ଟ୍ର ବୋଲି କହିଛନ୍ତି ରବି କିଶନ। ସେ କହିଛନ୍ତି ଯେ, ଦେଶରେ ୧୦୦ କୋଟି ହିନ୍ଦୁ ବସବାସ କରୁଛନ୍ତି। ତେବେ ଭାରତ ଏକ ହିନ୍ଦୁ ରାଷ୍ଟ୍ର। ବହୁତ ମୁସଲିସ୍‌ ଓ ଖ୍ରୀଷ୍ଟିଆନ୍‌ ଦେଶ ଅଛି। ହେଲେ ଆମ ପାଖରେ ଆମ ସଂସ୍କୃତିକୁ ଜୀବିତ ରଖିବା ପାଇଁ ଭାରତ ନାମକ ଏକ ଦେଶ ଅଛି। ଏଭଳି କହିଛନ୍ତି ତ୍ତରପ୍ରଦେଶ ଗୋରଖପୁରର ବିଜେପି ସାଂସଦ ରବି କିଶନ।

ସୋମବାର ଲୋକସଭାରେ ଭୋଜପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଛେଦରେ ସାମିଲ କରିବାକୁ ଦାବି ଉପସ୍ଥାପନ କରିଥିଲେ ରବି କିଶନ। ସେ ଦାବି ଉପସ୍ଥାପନ କରି କହିଥିଲେ, ଭାରତରେ ପ୍ରାୟ ୨୫ କୋଟି ଜନସାଧାରଣ ଭୋଜପୁରୀ ଭାଷାକୁ କଥିତ ଭାଷା ଭାବେ ବ୍ୟବହାର କରନ୍ତି ଓ ବୁଝିପାରନ୍ତି ମଧ୍ୟ। ତେଣୁ ଏହି ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଛେଦରେ ସାମିଲ କରିବାକୁ ସେ ଦାବି କରିଥିଲେ।

Comments are closed.