Odisha Link
Bridging the Missing Links in Odisha

ଭବାନୀପାଟଣାରେ ସେକ୍ସ ରାକେଟ୍ ଠାବ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଏକ ସେକ୍ସ ରାକେଟ ଠାବ କରାଯାଇଛି। ନାକଟିଗୁଡ଼ା ଛକରେ ଥିବା ଏକ ଘରେ ଏହି ସେକ୍ସ ରାକେଟକୁ ଠାବ କରିଛି ଟାଉନ୍ ଥାନା ପୋଲିସ। ଏହି ଘରୁ ୫ ଜଣ ଯୁବତୀଙ୍କ ସହ ୩ ଜଣ ଗ୍ରାହକଙ୍କୁ ଅଟକ ରଖାଯାଇଛି। ପୋଲିସର ସୂଚନା ଅନୁଯାୟୀ ୫ ଯୁବତୀଙ୍କ ମଧ୍ୟରୁ ୩ ଜଣ ପଶ୍ଚିମବଙ୍ଗରୁ ବୋଲି ଜଣା ପଡିଛି। ଅଟକ ଥିବା ଯୁବତୀ ଓ ଗ୍ରାହକଙ୍କୁ ଡାକ୍ତରୀମାଇନା ପାଇଁ ପଠାଯାଇଛି। ଏହି ସେକ୍ସ ରାକେଟର ମାଷ୍ଟର ମାଇଣ୍ଡ କୁହାଯାଉଥିବା ତାହିର ତାଡମ ଫେରାର ଅଛି। ପୂର୍ବରୁ ସେକ୍ସ ରାକେଟ ଚଳାଇବା ନେଇ ତାହିରଙ୍କ ନାଁରେ ଅଭିଯୋଗ ଥିବା ଜଣାପଡିଛି।

Comments are closed.