Odisha Link
Bridging the Missing Links in Odisha

ଦୁଇଜଣଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଲାଞ୍ଚ ନେବା ଅଭିଯୋଗରେ ଅବସର ପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ଗତ ୨୦୧୨ ଫେବୃଆରୀ ୨୭ ତାରିଖରେ ଭିଜିଲାନ୍‌ସ ଦ୍ୱାରା ଧରା ପଡ଼ିଥିଲେ । ପରେ ସ୍ପେଶାଲ ଜଜ୍‌, ବାରିପଦା ୨୦୧୯ ଜୁଲାଇ ୩୦ ତାରିଖରେ ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ।

ରାଜ୍ୟ ସରକାର ଏହାକୁ ଦୃଷ୍ଟିରେ ରଖି ତାଙ୍କର ଗ୍ରାଚୁଇଟିକୁ ବନ୍ଦ କରିଛନ୍ତି । ଅବସର ପ୍ରାପ୍ତ ଡେପୁଟି ଲେବର କମିଶନର ଦୀନବନ୍ଧୁ ଅଧିକାରୀ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡରେ କାର୍ଯ୍ୟତ ଥିବାବେଳେ କରିଥିବା ଅବହେଳା ଯୋଗୁଁ ୨ ବର୍ଷ ପର୍ଯ୍ୟନ୍ତ ତାଙ୍କର ପେନ୍‌ସନ୍‌ରୁ ମାସିକ ୧୭୬୦ ଟଙ୍କା କାଟିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ବୋଲି ଶ୍ରମ ଓ  କର୍ମଚାରୀ ରାଜ୍ୟବୀମା ବିଭାଗ ସୂତ୍ରରୁ ପ୍ରକାଶ ।

Comments are closed.