Odisha Link
Bridging the Missing Links in Odisha

ସଫେଇ କର୍ମଚାରୀ ଦେଲେ ଇଞ୍ଜେକସନ୍

ଢ଼େଙ୍କାନାଳ: ମେଡିକାଲରେ ଷ୍ଟାଫ୍ ଅଭାବରୁ ଶେଷରେ ରୋଗୀଙ୍କୁ ଇଞ୍ଜେକସନ୍ ଦେଲେ ହସ୍ପିଟାଲର ସଫେଇ କର୍ମଚାରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ହସ୍ପିଟାଲରେ ଥିବା ଜଣେ ମହିଳା ରୋଗୀଙ୍କୁ ସଫେଇ କର୍ମଚାରୀ ଇଞ୍ଜେକସନ୍ ଦେଉଥିବାର ଘଟଣା ଏବେ ଚର୍ଚ୍ଚାରେ ଆସିଛି। ଏହି ଘଟଣା ଉପରେ ADMO ସଂକଳ୍ପ କେଶରୀ ଭୋଳ ପ୍ରତିକ୍ରିୟା ଦେଇ କହିଛନ୍ତି ମେଡିକାଲରେ ଷ୍ଟାଫ୍ କମ୍ ଅଛନ୍ତି କିନ୍ତୁ ଆଟେଣ୍ଡାଣ୍ଟ ଇଞ୍ଜେକସନ ଦେବା ଉଚିତ୍ ନୁହେଁ । ଏହି ଭାଇରାଲ୍ ଘଟଣାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି।

Comments are closed.