Odisha Link
Bridging the Missing Links in Odisha

ରିଲିଜ୍‌ ପୂର୍ବରୁ ଏତିକି ଟଙ୍କା ଆୟ କଲା ‘ଦବଙ୍ଗ ୩’ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ମୁମ୍ବାଇ: ବଲିଉଡ଼ର କିଙ୍ଗଖାଁନ ସଲମାନ ନିିଜର ଭିନ୍ନ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ତାଙ୍କ ସିନେମା ‘ଦବଙ୍ଗ ୩’ ବର୍ତ୍ତମାନ ଚର୍ଚ୍ଚାରେ ରହିଛି । ସିନେମାଟି ପରଦାକୁ ଆସିବା ପୂର୍ବରୁ ୧୫୫ କୋଟି ଟଙ୍କା ଆୟ କରିସାରିଲାଣି। ଆମାଜନ୍ ପ୍ରାଇମ୍ ଅନ୍‌ଲାଇନ୍‌ ଷ୍ଟ୍ରିମିଂ, ଟି’ ସିରିଜ୍‌କୁ ମ୍ୟୁଜିକ୍ ଓ ଜି’କୁ ସ୍ୟାଟେଲାଇଟ୍ସ ରାଇଟ୍ସ ବିକ୍ରି କରି ସିନେମାଟି ଏହି ଟଙ୍କା ଆୟ କରିଛି।

ସୂଚନା ଅନିୁସାରେ, ଏହି ସିନେମା ନିଜ ଡିଜିଟାଲ୍‌ ରାଇଟ୍ସକୁ ଆମାଜନ୍‌ ପ୍ରାଇମ୍‌କୁ ୬୦ କୋଟି ଟଙ୍କାରେ , ସ୍ୟାଟେଲାଇଟ୍‌ ରାଇଟ୍ସକୁ ୮୦ କୋଟି ଟଙ୍କାରେ ଜି’ ନେଟ୍‌ୱାର୍କକୁ ବିକ୍ରି କରିଛି। ଏହା ବ୍ୟତୀତ ଟି’ ସିରିଜ୍‌ ୧୫ କୋଟି ଟଙ୍କା ଦେଇ ସିନେମାର ମ୍ୟୁଜିକ୍‌ ରାଇଟ୍ସ କିଣିଛି।

ସିନେମାର ଗୀତଗୁଡ଼ିକୁ ଦର୍ଶକ ଅନେକ ପସନ୍ଦ କରିଛନ୍ତି । ଏହା ପୂର୍ବରୁ ଦବଙ୍ଗର ଦୁଇଟି ଯାକ ପାର୍ଟ ସୁପର୍‌ହିଟ୍‌ ହୋଇଥିଲା। ସିନେମାରେ ଅରବାଜ୍‌ ଖାନ୍‌ ଓ ସାଉଥ୍‌ ଷ୍ଟାର କିଚ୍ଚା ସୁଦୀପ ଏଥିରେ ନଜର ଆସିବେ। ଏହି ସିନେମା ଜରିଆରେ ଅଭିନେତା ମହେଶ ମଞ୍ଜରେକରଙ୍କ ଝିଅ ସାଇ ବଲିଉଡ୍‌ରେ ଡେବ୍ୟୁ କରିଛନ୍ତି। ସିନେମାଟିକୁ ସାଉଥ୍‌ ସୁପର୍‌ଷ୍ଟାର୍ ପ୍ରଭୁ ଦେବା ନିର୍ଦ୍ଦେଶନା ଦେଇଛନ୍ତି । ସିନେମାଟି ୨୦ ଡ଼ିସେମ୍ବରରେ ସିନେ ପରଦାକୁ ଆସିବ ।

Comments are closed.