Odisha Link
Bridging the Missing Links in Odisha

ନାଗରିକତା ସଂଶୋଧନ ବିଲ୍: ବିଜେଡିର ସମର୍ଥନ, କହିଲା..

ନୂଆଦିଲ୍ଲୀ: ଆଜି ଲୋକସଭାରେ ଆଗତ ହୋଇଛି ନାଗରିକତା ସଂଶୋଧନ ବିଲ୍। ଲୋକସଭାରେ ଆଗତ କରିଥିଲେ ଗୃହ ମନ୍ତ୍ରୀ ଅମିତ ଶାହ। ପ୍ରଥମେ ବିଲକୁ ବିରୋଧ କରି ବିରୋଧୀ ସଦସ୍ୟମାନେ ହୋହଲ୍ଲା କରିଥିଲେ। ଫଳରେ ବିଲ୍‌ ଉପସ୍ଥାପନା ନେଇ ସଂସଦରେ ଭୋଟିଂ କରାଯାଇଥିଲା। ବିଲ୍‌ ଆଗତ ସମୟରେ ସଂସଦରେ ମୋଟ ୩୭୫ ସଦସ୍ୟ ଉପସ୍ଥିତ ରହିଥିଲେ। ଏଥରୁ ବିଲ୍‌ ସପକ୍ଷରେ ୨୯୩ ଓ ବିପକ୍ଷରେ ୮୨ ଭୋଟ ପଡିଛି। ଏବେ ବିଲକୁ ନେଇ ବିତର୍କ ହେବ।

ଅନ୍ୟପଟେ ନାଗରିକ ସଂଶୋଧନ ବିଲ୍‌କୁ ସମର୍ଥନ କରିଛି ବିଜୁ ଜନତା ଦଳ। ନାଗରିକତା ସଂଶୋଧନ ବିଲ ଆଗତ ସପକ୍ଷରେ ବିଜେଡି ସାଂସଦମାନେ ଭୋଟ ଦେଇଛି। ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଗଣମାଧ୍ୟମକୁ କହିଛନ୍ତି, ଯେ, ବିଲରେ କୌଣସି ଅସୁବିଧା ନାହିଁ । ଆମେ ଏହି ବିଲକୁ ଜେପିସିକୁ ପଠାଇବାକୁ କହିଥିଲୁ। ଜେପିସିକୁ ପଠାଯିବା ପରେ ଗୃହରେ ବିଲକୁ ଆଗତ କରାଯାଇଛି। ଆମେ ବିଲରେ ୩ଟି ସଂଶୋଧନ ପ୍ରସ୍ତାବ ଦେଇଥିଲୁ। ସେହିମଧ୍ୟରୁ ୨ଟି ଗୃହୀତ ହୋଇଥିବା ବିଜେଡି ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି।

Comments are closed.