Odisha Link
Bridging the Missing Links in Odisha

୧୫ ମିନିଟରେ ସୁଧୁରିପାରିବ ଅର୍ଥବ୍ୟବସ୍ଥା: ରାହୁଲ

ରାଞ୍ଚି: ମାତ୍ର ୧୫ ମିନିଟରେ ସୁଧୁରିପାରିବ ବିଗୁଡିଥିବା ଭାରତର ଅର୍ଥବ୍ୟବସ୍ଥା। ଏପରି କିଛି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଆଜି ରାହୁଲ ଗାନ୍ଧୀ ଝାଡ଼ଖଣ୍ଡର ରାଜମହଲ ଅଞ୍ଚଳରେ ଆୟୋଜିତ ଏକ ନିର୍ବାଚନରେ ଯୋଗ ଦେଇଥିଲେ। ସେଠାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ନରେନ୍ଦ୍ର ମୋଦି କେବଳ ନିଜ ବନ୍ଧୁମାନଙ୍କୁ ସାହାଯ୍ୟ କରିଥାନ୍ତି। ଯେତିକି ଟଙ୍କା ମୋଦି ତାଙ୍କ ଧନୀ ସାଙ୍ଗମାନଙ୍କୁ ଦେଇଛନ୍ତି ସେତିକି ଟଙ୍କା ଯଦି ଦେଶର ଗରିବଙ୍କୁ ଦେଇଦେବେ ତେବେ ଦେଶର ଅର୍ଥବ୍ୟବସ୍ଥା ୧୫ ମିନିଟରେ ସୁଧୁରିଯିବ। କାରଣ ଗରିବଙ୍କ ପାଖରେ ଟଙ୍କା ଥିଲେ ସେମାନେ ଜିନିଷ କିଣିପାରିବେ।

ଏଥିସହିତ ରାହୁଲ କହିଛନ୍ତି ଯେ ଜିଏସ୍‌ଟି ଓ ବିମୁଦ୍ରାକରଣ ସାଧାରଣ ଲୋକଙ୍କ ପାଇଁ କ୍ଷତି ସାବ୍ୟସ୍ତ ହୋଇଛି। କିନ୍ତୁ ଦେଶର ୧୫ ରୁ ୨୦ ଜଣ ଶିଳ୍ପପତିଙ୍କୁ ଏହା ଲାଭ ଦେଇଛି। ରାହୁଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଝାଡ଼ଖଣ୍ଡର ଅର୍ଥ ଧନୀଙ୍କ ଦେଇଥାନ୍ତି। ଗରିବ ଲୋକଙ୍କ ପଇସା ନିଜ ସାଙ୍ଗକୁ ଦେଇଛନ୍ତି। ସେହିପରି ମୋଦୀ ଦେଶର ଲୋକଙ୍କ ମଧ୍ୟରେ ବିଭାଜନ ପାଇଁ ଚେଷ୍ଟା କରୁଥିବାର ରାହୁଲ କହିଛନ୍ତି।

Comments are closed.