Odisha Link
Bridging the Missing Links in Odisha

କଟକରେ ହେବ ନୂଆ ସିଡିଏ : ନଗର ଉନ୍ନୟନ୍ନ ମନ୍ତ୍ରୀ

କଟକ: ବାଲିଯାତ୍ରା ଯୋବ୍ରା ମହାନଦୀ ପଠା ମଧ୍ୟରେ ୪୦୦ ଏକର ନୂଆ ଜାଗା ବାହାରିବ। ଏହି ନୂଆ ଜାଗାରେ ଏସସିବିରେ ଦ୍ୱିତୀୟ କ୍ୟାମ୍ପସ ନିର୍ମାଣ କରାଯିବ। ଏନେଇ ନଗର ଉନ୍ନୟନ୍ନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି। କିଛି ସରକାରୀ ଅଫିସ୍ ଓ ବାସପୋଯୋଗୀ ଜମି ମଧ୍ୟ ବାହାରିବ। ନୂଆ ଜାଗାରେ ସ୍ପୋଟର୍ସ କମ୍ଫେକ୍ସ ଓ ୱାଟର ସ୍ପୋଟର୍ସ କମ୍ଫେକ୍ସ ମଧ୍ୟ ରହିବ ବୋଲି ମନ୍ତ୍ରୀ କହିଛନ୍ତି।
କଟକର ନବୀନକରଣ ଉପରେ ଗୁରତ୍ୱ ଦେଉଛନ୍ତି ସରକାର। ପୁରୀ ପରେ ଭୁବନେଶ୍ୱର ଆଉ ଏବେ ପ୍ରାଚୀନ ସହର କଟକ ପାଇବ ନୂଆ ରୂପ। କଟକରେ ନୂଆ ସିଡ଼ିଏ ହେବାପରେ ରୋଗୀ ସେବା ଉନ୍ନତ ହେବ। ଆଉ କଟକ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ସୁଧାର ଆସିବ। ବର୍ତ୍ତମାନ କଟକର ପର୍ଯ୍ୟଟନ କ୍ଷେତ୍ରରେ ସେପରି ଆଖିଦୃଶିଆ ବ୍ୟବସ୍ଥା ନାହିଁ। ନୂଆ ସିଡ଼ିଏ ତିଆରି ହେବାପରେ ଜଳଗହଳି ପୂର୍ଣ୍ଣ ସହରର ବିକାଶ ହୋଇପାରିବ ବୋଲି ଅଶା କରାଯାଉଛି।
ଅନ୍ୟପଟେ ନୂଆ ସିଡ଼ିଏରେ ଏସିସିବିର ଦ୍ୱିତୀୟ କ୍ୟାମ୍ପସ ହେଲେ ସହରରେ ଭିଡ଼ କମ୍ ହେବା ସହ ଦୂରଦୁରାନ୍ତରରୁ ଆସୁଥିବା ରୋଗୀ ଉପକୃତ ହୋଇପାରିବେ। ଅନ୍ୟପଟେ କଟକ ସହରର ପର୍ଯ୍ୟଟନ କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି ହୋଇପାରିବ।

Comments are closed.