Odisha Link
Bridging the Missing Links in Odisha

ନକଲି ବନ୍ଧୁକ ଦେଖାଇ ଧରାପଡିଲା ଯୁବକ

ସମ୍ବଲପୁର: ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଫାଟକ ଆଗରେ ଜଣେ ଛାତ୍ରୀଙ୍କୁ ନକଲି ବନ୍ଧୁକ ଦେଖାଇଥିଲା ଜଣେ ଯୁବକ । ପ୍ରେମ ନିବେଦନ ପାଇଁ ଛାତ୍ରୀଙ୍କୁ ସଂପୃକ୍ତ ଯୁବକ ଡରାଇଥିବା ସୂଚନା ମିଳିଛି।
ବେଶ କିଛି ସମୟ ଧରି ବିଶ୍ୱବିଦ୍ୟାଳୟ ଫାଟ ଆଗରେ ଏ ନାଟକବାଜି ଚାଲିଥିଲା। ନକଲି ବନ୍ଧୁକକୁ ଜବତ କରିବା ସହ ସମ୍ପୃକ୍ତ ଯୁବକଙ୍କୁ ଧରି ଟାଉନଥାନାରେ ଅଟକ ରଖିଛି ପୁଲିସ। କେଉଁ କାରଣ ପାଇଁ ଛାତ୍ରୀ ଜଣଙ୍କୁ ଯୁବକ ଜଣକ ଡରାଉଥିଲେ ତାହା ଜଣାପଡି ନାହି।

Comments are closed.