Odisha Link
Bridging the Missing Links in Odisha

ସଂସଦ: ଶୀତକାଳୀନ ଅଧିବେଶନ ଶେଷ

ନୂଆଦିଲ୍ଲୀ: ଆଜି ଉଭୟ ସଦନ ପକ୍ଷରୁ ସଂସଦ ଭବନ ଆକ୍ରମଣରେ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏଥସହିତ ଆଜି ସମାପ୍ତ ହୋଇଛି ସଂସଦର ଶୀତକାଳୀନ ଅଧିବେଶନ। ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ସଂସଦରେ ହଙ୍ଗାମା କରିଥିଲା ବିଜେପି। ଯାହାକୁ ଦୃଷ୍ଟିରେ ରଖି ଆଜି ଉଭୟ ସଦନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି।

ଲୋକସଭା ବାଚସ୍ପତି ଓମ୍‍ ବିର୍ଲା କହିଛନ୍ତି ଏହି ଅଧିବେଶନ କାଳରେ ଗୃହ ୧୩୦ ଘଣ୍ଟା ଓ ୪୫ ମିନିଟ ପାଇଁ କାର୍ଯ୍ୟ କରିଛି । ଗୃହ କାର୍ଯ୍ୟ ସମ୍ପାଦନ ହାର ୧୧୫ ପ୍ରତିଶତ ହୋଇଛି । ବିଭିନ୍ନ ଗରୁତ୍ୱପୂର୍ଣ୍ଣ ବିଲ୍‍ ଗୃହର ଅନୁମୋଦନ ଲାଭ କରିବା ସହ ଅନେକ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଛି।

ସେହିପରି ରାଜ୍ୟସଭାରେ ନିଜର ଉଦଯାପନ ଉଦବୋଧନରେ ଅଧ୍ୟକ୍ଷ ଏମ୍‍. ଭେଙ୍କିୟା ନାଇଡୁ କହିଛନ୍ତି, ଏହି ଅଧିବେଶନ କାଳରେ ଗୃହ କାର୍ଯ୍ୟ ସମ୍ପାଦନ ହାର ଶତ ପ୍ରତିଶତ ରହିଛି ଓ ୧୫ଟି ଗରୁତ୍ୱପୂର୍ଣ୍ଣ ବିଲ୍‍ ଗୃହର ଅନୁମୋଦନ ଲାଭ କରିଛି। ବିଭିନ୍ନ ଦିବସରେ ହଟ୍ଟଗୋଳ ଯୋଗୁଁ ୧୧ ଘଣ୍ଟାରୁ ଅଧିକ ନଷ୍ଟ ହୋଇଛି।

ସୂଚନାଥାଉକି, ନଭେମ୍ବର ୧୮ ତାରିଖରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଥିଲା।

Comments are closed.