Odisha Link
Bridging the Missing Links in Odisha

ଓଡ଼ିଶାରେ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢ଼ୁ ବୋଲି ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି କି?

ଭୁବନେଶ୍ବର: ଭାରତବର୍ଷର ଅନେକ ବିଦେଶୀ ରହିଛନ୍ତି। ଭାରତରେ ବାହର ଲୋକ କିଏ ସେମାନଙ୍କୁ ଚିହ୍ନିବାର କୌଣସି ବ୍ୟବସ୍ଥା ନାହିଁ। ରାଷ୍ଟ୍ର ସୁରକ୍ଷା ପାଇଁ କେନ୍ଦ୍ର ସରକାର ଜାତୀୟ ନାଗରିକ ପଂଜିକାକୁ ଲାଗୁ କରିବା ପାଇଁ ପ୍ରତିବଦ୍ଧ ହୋଇଛନ୍ତି। ଏ ଦେଶର ସଂସଦ ତାକୁ ଗ୍ରହଣ କରିଛି। ଏହା ରାଷ୍ଟ୍ରର ହିତ ଏବଂ ସୁରକ୍ଷା ପାଇଁ ତିଆରି କରାଯାଇଛି। ନାଗରିକ ସଂଶୋଧନ ବିଲକୁ ରାଜ୍ୟସଭା ଓ ଲୋକସଭାରେ ସମର୍ଥନ କରିଥିବା ମୁଖ୍ୟମବୀ ଏନଆରସିକୁ ଓଡିଶାରେ ଲାଗୁ କରିବେ ନାହିଁ ବୋଲି କହିଛନ୍ତି।

ମୁଖ୍ୟମନ୍ତ୍ରୀ କାହିଁକି ଓଡିଶାରେ ଜାତୀୟ ନାଗରିକ ପଞ୍ଜିକାକୁ ଲାଗୁ କରିବେ ନାହିଁ ଏବଂ ଏହା ପଛରେ ତାଙ୍କର ଉଦ୍ଦେଶ୍ୟ କଣ କହିଛି ବୋଲି ବିଜେପିର ବରିଷ୍ଠ ନେତା ଶ୍ରୀ ଖାରବେଳ ସ୍ୱାଇଁ ପ୍ରଶ୍ନ କରିଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସ୍ୱାଇଁ କହିଛନ୍ତି ଯେ, ଓଡିଶାରେ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢୁ ବୋଲି ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି କି ? ରାଜନୈତିକ ଫାଇଦା ପାଇଁ ମୁଖ୍ୟମବୀ ଏପରି କହୁଛନ୍ତି କି ? ଏନଆରସି ଲାଗୁ ହେଲେ ଓଡିଶାର କଣ କ୍ଷତି ହେବ ତାହା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ। ଦୁନିଆରେ ଏମିତି କୌଣସି ଦେଶ ନାହିଁ ଯାହାର ନାଗରିକ ମାନଙ୍କର ପଂଜିକା ନାହିଁ । ସବୁ ଦେଶ ତାର ନାଗରିକମାନଙ୍କର ତାଲିକା କରିଛନ୍ତି। ରାଷ୍ଟ୍ର ହିତ ଦୃଷ୍ଟିରୁ ଓଡିଶାରେ ଏନଆରସିକୁ ମୁଖ୍ୟମନ୍ତ୍ରୀ ଗ୍ରହଣ କରନ୍ତୁ।

ଓଡିଶାର ମୁଖ୍ୟମନ୍ତ୍ରୀ ଏନଆରସିକୁ ଗ୍ରହଣ କରିବାରେ ଅସୁବିଧା କେଉଁଠି ରହିଛି। ମୁସଲମାନ ମାନେ ଅସନ୍ତୁଷ୍ଟ ହେବା ଭାବି ମୁଖ୍ୟମନ୍ତ୍ରୀ ବୋଧେ ମନା କରୁଛନ୍ତି। ଏନଆରସିକୁ ଲାଗୁ କଲେ ଭାରତର ମୁସଲମାନଙ୍କ ଉପରେ କୌଣସି ପ୍ରଭାବ ପଡିବ ନାହିଁ। ମୁସଲମାନମାନେ ଆତଙ୍କିତ ହେବାରେ କୌଣସି କାରଣ ନାହିଁ । ଭାରତର ନାଗରିକ କିଏ ତାହା ସ୍ପଷ୍ଟ ଭାବେ ଚିହ୍ନଟ ହେବା ନିହାତି ଦରକାର। ଭାରତବର୍ଷର ବିଭାଜନ କୌଣସି ରାଜନୀତି କାରଣରୁ ହୋଇନାହିଁ। ଏହା କେବଳ ଧର୍ମକୁ ନେଇ ବିଭାଜନ ହୋଇଥିଲା ଏବଂ ୧୯୪୭ ମସିହା ପରେ ଭାରତରୁ ଅଲଗା ହୋଇଥିବା ରାଷ୍ଟ୍ର ଗୁଡିକ ବିଭିନ୍ନ ସମୟରେ ଶରଣାର୍ଥୀ ଭାବେ ଭାରତରେ ପ୍ରବେଶ କରିଛନ୍ତି।

୧୯୫୧ ମସିହାରେ ଭାରତରେ ନାଗରିକ ପଂଜିକା ସଂଶୋଧନ ହେଲା ନାହିଁ। ଭାରତର ନାଗରିକ କିଏ ଏ ପ୍ରଶ୍ନର ଉତର କେହି ବି ଦେଇପାରିବେ ନାହିଁ । ଭାରତର କୈଣସି ଜାତୀୟ ପରିଚୟ ପତ୍ର ନାହିଁ । ଭାରତର ନାଗରିକ କିଏ ଏହି ଚିହ୍ନଟ କରିବା ଏକ କାଠିକାର ପାଠ । ଯଦି ଭାରତର ନାଗରିକ କେଉଁମାନେ ସେମାନଙ୍କୁ ଯଦି ଚିହ୍ନଟ କରାଯିବ ନାହିଁ ତେବେ କେନ୍ଦ୍ରସରକାର ଏବଂ ରାଜ୍ୟସରକାର କରିଥିବା ବିଭିନ୍ନ ଜନ ମଙ୍ଗଳକାରୀ ଯୋଜନା ପାଇବାକୁ ହକଦାର କିଏ ବୋଲି ଶ୍ରୀ ସ୍ୱାଇଁ ପ୍ରଶ୍ନ କରିଛନ୍ତି।

Comments are closed.