Odisha Link
Bridging the Missing Links in Odisha

ଗତବର୍ଷ ଆଜିର ତାରିଖ ତୁଳନାରେ ୪୩% ଅଧିକ ଧାନସଂଗ୍ରହ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଦ୍ୱାରା ୨୦୧୯-୨୦ ବର୍ଷ ନିମନ୍ତେ ଖରିଫ ଧା ସଂଗ୍ରହ କାର୍ଯ୍ୟକ୍ରମରେ ଆଜି ସୁଦ୍ଧା ୧ ଲକ୍ଷ ୪୧ ହଜାର ୫୪୦ ଜଣ ଚାଷୀ ବିଭିନ୍ନ ଧାନ ସଂଗ୍ରହ କେନ୍ଦ୍ର ଜରିଆରେ ମୋଟ ୯୬ ଲକ୍ଷ ୧୧ ହଜାର ୨୪ କ୍ୱିଣ୍ଟାଲ୍‌ ଧାନ ବିକ୍ରି କରିଛନ୍ତି। ଗତବର୍ଷ ଆଜି ତାରିଖ ତୁଳନାରେ ଧାନସଂଗ୍ରହ ୪୩ ପ୍ରତିଶତ ଅଧିକ ହୋଇଛି। ଧାନସଂଗ୍ରହ ନିମନ୍ତେ ଅନ୍‌ଲାଇନ୍‌ରେ ପଞ୍ଜୀକୃତ ଚାଷୀମାନଙ୍କୁ ପି- ପାସ୍‌ ଜରିଆରେ ଆଗୁଆ ଟୋକେନ୍‌ ପ୍ରଦାନ କରାଯାଉଥିବା ପରିପ୍ରେକ୍ଷୀରେ ଆଜି ସୁଦ୍ଧା ୨୭ଟି ଜିଲ୍ଲାର ଚାଷୀମାନଙ୍କୁ ୩ ଲକ୍ଷ ୭୭ ହଜାର ୨୯୮ଟି ଟୋକେନ୍‌ ପ୍ରଦାନ କରାଯାଇଛି।

ଚଳିତ ଖରିଫ୍‌ ଧାନସଂଗ୍ରହ କାର୍ଯ୍ୟକ୍ରମରେ ଆଜି ସୁଦ୍ଧା ଅଧିକ ଧାନସଂଗ୍ରହ ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ବରଗଡ଼ ଜିଲ୍ଲାରେ ୫୨ ହଜାର ୭୨୭ ଜଣ ଚାଷୀ ମୋଟ ୩୪ ଲକ୍ଷ ୪୧ ହଜାର ୯୪୦ କ୍ୱିଣ୍ଟାଲ୍‌ ଧାନ ବିକ୍ରି କରିଥିବାବେଳେ ବଲାଙ୍ଗୀରର ୧୦ ହଜାର ୫୪୭ ଜଣ ଚାଷୀ ୭ ଲକ୍ଷ ୫୮ ହଜାର ୨୯ କ୍ୱିଣ୍ଟାଲ୍‌, କଳାହାଣ୍ଡିର ୧୯ ହଜାର ୩୨୪ ଜଣ ଚାଷୀ ୧୩ ଲକ୍ଷ ୩୮ ହଜାର ୨୭୫ କ୍ୱିଣ୍ଟାଲ୍‌, ମାଲକାନଗିରିର ୧୦ ହଜାର ୨୮୩ ଜଣ ଚାଷୀ ୪ ଲକ୍ଷ ୩୦ ହଜାର ୭୯୦ କ୍ୱିଣ୍ଟାଲ୍‌, କୋରା ପୁଟର ୬୭୭୧ ଜଣ ଚାଷୀ ୫ ଲକ୍ଷ ୩୩ ହଜାର ୪୪୨ କ୍ୱିଣ୍ଟାଲ୍‌, ନବରଙ୍ଗ ପୁରର ୩୮୫୩ ଜଣ ଚାଷୀ ୩ ଲକ୍ଷ ୧୬ ହଜାର ୧୦୬ କ୍ୱିଣ୍ଟାଲ, ନୂଆ ପଡ଼ାର ୬୮୫୬ ଜଣ ଚାଷୀ ୩ ଲକ୍ଷ ୪୫ ହଜାର ୩୦୭ କ୍ୱିଣ୍ଟାଲ୍‌, ସଞ୍ଚଲ ପୁରର ୧୨ ହଜାର ୩୫୫ ଜଣ ଚାଷୀ ୧୦ ଲକ୍ଷ ୯ ହଜାର ୧୮୮ କ୍ୱିଣ୍ଟାଲ୍‌, ସୁବର୍ଣ୍ଣପୁରର ୧୧ ହଜାର ୨୪୨ ଜଣ ଚାଷୀ ୯ ଲକ୍ଷ ୨୭ ହଜାର ୬୩୬ କ୍ୱିଣ୍ଟାଲ୍‌ ଓ ସୁନ୍ଦରଗଡ଼ ଜିଲ୍ଲାର ୨୨୫୮ ଜଣ ଚାଷୀ ୧ ଲକ୍ଷ ୫୦ ହଜାର ୩୭୩ କ୍ୱିଣ୍ଟାଲ୍‌ ଧାନ ବିକ୍ରି କରିଛନ୍ତି।

Comments are closed.