Odisha Link
Bridging the Missing Links in Odisha

ପଞ୍ଚାୟତ ଅଫିସରେ ଖୋଲିବ ବ୍ୟାଙ୍କ

ଭୁବନେଶ୍ୱର: ରାଜ୍ୟର ୪୨୯୧ଟି ପଞ୍ଚାୟତରେ ବ୍ୟାଙ୍କ ସେବା ଦେବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି । ସମ୍ପୃକ୍ତ ଅଞ୍ଚଳର ପଞ୍ଚାୟତ ଅଫିସରେ ବ୍ୟାଙ୍କ ଖୋଲିବାକୁ ସରକାର ଯୋଜନା କରିଛନ୍ତି । ଏଥିପାଇଁ ସରକାର ପଞ୍ଚାୟତ କାର୍ଯ୍ୟାଳୟରେ ମାଗଣାରେ ଅଫିସ ଦେବେ । ଖୁବଶୀଘ୍ର ୫୭୧ଟି ସ୍ଥାନରେ ବ୍ୟାଙ୍କ ସେବା ଯୋଗାଇବା ପାଇଁ ନିଷ୍ପତ୍ତି ହୋଇଛି । ମାଲକାନଗରିରିରେ ୨ଟି ଷ୍ଟେଟ ବ୍ୟାଙ୍କ ଶାଖା ଖୋଲିବାକୁ ନିଷ୍ପତ୍ତି ହୋଇଛି। ଏନେଇ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଉଛି । ରାଜ୍ୟ ବ୍ୟାଙ୍କର୍ସ କମିଟି ବୈଠକ ପରେ ଉନ୍ନୟନ କମିଶନର ଏହି ସୂଚନା ଦେଇଛନ୍ତି ।

Comments are closed.