Odisha Link
Bridging the Missing Links in Odisha

ଆଜିଠୁ ରାଜ୍ୟରେ ନୂଆ ଅଧ୍ୟାୟ ଆରମ୍ଭ ହେବ: ହେମନ୍ତ ସୋରେନ

ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳରେ ଶାସକ ବିଜେପିକୁ ଲାଗିଛି ଏକ ବଡ଼ ଝଟକା। ରାଜ୍ୟରେ ଶାସନ କ୍ଷମତାରେ ଥିବା ବିଜେପିକୁ ପଛରେ ପକାଇ ଏବେ ରାଜ୍ୟରେ ନୂତନ ସରକାର ଗଠନ ପାଇଁ ଆଗେଇଛନ୍ତି ଜେଏମ୍‌ଏମ୍‌- କଂଗ୍ରେସ- ଆର୍‌ଜେଡି ମହାମେଣ୍ଟ। ଜାତୀୟ ଗଣମାଧ୍ୟମରେ ପ୍ରଶାରିତ ଖବର ଅନୁଯାୟୀ ଝାଡ଼ଖଣ୍ଡରେ ମେଣ୍ଟ ସରକାର ଗଠନ କରିବାକୁ ଯାଉଛି। ଏଥିସହିତ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ସୁପ୍ରିମୋ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ଆସନରେ ବସି ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଅନ୍ୟପଟେ ବିଜୟ ପରେ ବୟାନ ଦେଇଛନ୍ତି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ସୁପ୍ରିମୋ ହେମନ୍ତ ସୋରେନ। ସେ କହିଛନ୍ତି ଯେ, ଝାଡ଼ଖଣ୍ଡ ବାସୀ ଯେଉଁ ସ୍ପଷ୍ଟ ଜନାଦେଶ ଦେଇଛନ୍ତି ସେଥିପାଇଁ ମୁଁ ଧନ୍ୟବାଦ ଜ୍ଞାପନ କରୁଛି। ଏଥିସହିତ ସେ କହିଛନ୍ତି ଯେ ଆଜିଠୁ ରାଜ୍ୟରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହେବ। ମୁଁ ସମସ୍ତଙ୍କୁ ଆଶ୍ବସନା ଦେଇ କହୁଛି ଯେ, ଜନସାଧାରଣଙ୍କ ଆଶା ଭାଙ୍ଗିବିନାହିଁ।

Comments are closed.