Odisha Link
Bridging the Missing Links in Odisha

ସ୍ୱର୍ଣ୍ଣ ପଦକ ପ୍ରତ୍ୟାଖ୍ୟାନ କଲେ ଛାତ୍ରୀ, କହିଲେ ହିଜାବ ପାଇଁ ନୁହେଁ..

ନୂଆଦିଲ୍ଲୀ: ସ୍ୱର୍ଣ୍ଣ ପଦକକୁ ପ୍ରତ୍ୟାଖ୍ୟାନ କଲେ ପୁଡୁଚେରୀ ବିଶ୍ୱବିଦ୍ୟାଳୟର ଛାତ୍ରୀ। ଯାହାରିଫଳରେ ଗଣମାଧ୍ୟମରେ ଚର୍ଚ୍ଚିତ ଚେହେରା ପାଲଟିଯାଇଛନ୍ତି ଛାତ୍ରୀ ଜଣକ। କଣ ପାଇଁ ପଦକ ପ୍ରତ୍ୟାଖାନ କଲେ ବିଶ୍ୱବିଦ୍ୟାଳୟର ଛାତ୍ରୀ ଆଜି ଏହା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି। ସୁରକ୍ଷାକର୍ମୀମାନେ ତାଙ୍କ ହିଜାବ ପିନ୍ଧାକୁ ବିରୋଧ କରିବାରୁ ସେ ସ୍ୱର୍ଣ୍ଣ ପଦକୁ ପ୍ରତ୍ୟାଖ୍ୟାନ କରିଥିବା ଖବର ପ୍ରକାଶ ପାଇଥିଲେ।

ହେଲେ ଛାତ୍ରୀ ଜଣଙ୍କ କହିଛନ୍ତି, ସେ ସିଏଏ ଓ ଏନଆରିସିକୁ ବିରୋଧ କରି ସ୍ୱର୍ଣ୍ଣ ପଦକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସୋମବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଛାତ୍ରୀ ଜଣଙ୍କୁ ସ୍ୱର୍ଣ୍ଣ ପଦକ ଦେବାର ଥିଲା। ହେଲେ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ।

ମଙ୍ଗଳବାର ରାବୀହା ଅବଦୁରେହିମ ଟ୍ୱିଟ କରି କହିଛନ୍ତି ଯେ “ମୁଁ ସିଏଏ ଓ ଏନଆରସି ବିରୋଧରେ ଆନ୍ଦୋଳନ କରୁଥିବା ଛାତ୍ରଛାତ୍ରୀଙ୍କ ସମର୍ଥନରେ ଏଭଳି କରିଛି। ମୁଁ କାଳେ ସମାନ ଧରଣର ପ୍ରତିବାଦ କରିବି, ସେହି ଭୟରେ ସେମାନେ ମୋତେ ବାହାର କରିଦେଲେ। ହେଲେ ମୁଁ ସ୍ୱର୍ଣ୍ଣ ପଦକକୁ ପ୍ରତ୍ୟାଖ୍ୟାନ କରି ସିଏଏ ଓ ଏନଆରସି ବିରୋଧରେ ଚାଲିଥିବା ଆନ୍ଦୋଳନକୁ ସମର୍ଥନ କରିଛି।”

Comments are closed.