Odisha Link
Bridging the Missing Links in Odisha

ଦୁର୍ଘଟଣାଗ୍ରସ୍ତରେ ୨୭ଯାତ୍ରୀ ମୃତ

ପାଲେମ୍ବାଙ୍ଗ୍‌ : ଇଣ୍ଡୋନେସିଆର ଦକ୍ଷିଣ ସୁମାତ୍ରା ପ୍ରଦେଶ ଅନ୍ତର୍ଗତ ଉପାନ୍ତ ପଗାର ଆଲମ୍‌ ଅଞ୍ଚଳରେ ଏକ ବସ୍‌ ରାସ୍ତାରେ ଲାଗିଥିବା କଂକ୍ରିଟ୍‌ରେ ପିଟି ହୋଇଯାଇଥିଲା । ଯାହାଫଳରେ ୫୦୦ ଫୁଟ ତଳେ ପ୍ରଭାହିତ ହେଉଥିବା ନଦୀରେ ଖସି ପଡିଥିଲା।

ଦୁର୍ଘଟଣାରେ ଘଟଣାସ୍ଥଳରେ ୨୭ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ଯାତ୍ରୀଙ୍କୁ ଉଦ୍ଧାର କରିବାପାଇଁ ଘଟଣାସ୍ଥଳରେ ୧୨୦ଜଣ ଉଦ୍ଧାକାରୀ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ବସ୍‌ଟି ବେଙ୍ଗାଲୁରୁର ପାଲେମ୍ବାଙ୍ଗ ଯାଉଥିଲା । ଗୁରୁତର ଓ ମୃତକଙ୍କ ପରିଚୟ ଜାଣି ସେମାନଙ୍କ ପରିବାରଲୋକଙ୍କୁ ଯୋଗଯୋଗ କରିବା ପାଇଁ ପୁଲିସ ଚେଷ୍ଟା ଚଳାଇଛି।

ସ୍ଥାନୀୟ ପୁଲିସ ମୁଖ୍ୟ ଡୋଲି ଗୁମରାମଙ୍ଗବାର ଏହି ଦୁର୍ଘଟଣା ବିଷୟରେ ସୂଚନା ଦେଇ କହିଛନ୍ତି, ଦୁର୍ଘଟଣାଗ୍ରସ୍ତ ବସ୍‌ରେ ୫୦ଜଣ ଯାତ୍ରୀ ଥିଲେ। ୫୦୦ଫୁଟ ତଳକୁ ଖସିବା ପୂର୍ବରୁ ବସ୍‌ଟି ରାସ୍ତାରେ ଲାଗିଥିବା କଂକ୍ରିଟ୍‌ରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପୁଲିସ ଏହି ଦୁର୍ଘଟଣା ନେଇ ଯାଞ୍ଚ ଆରମ୍ଭ କରି ଦେଇଛି । ଘଟଣା ଘଟିଥିବା ସ୍ଥାନ ଦେଇ ଯାଉଥିବା ରାସ୍ତାକୁ ପୁଲିସ ବନ୍ଦ କରି ଦେଇଛି। ସେହିପରି କିଛି ଲୋକ ନଦୀରେ ଭାସି ଯାଇ ନିଖୋଜ ଥିବା ବି ପୁଲିସ ସନ୍ଦେହ କରୁଛି।

Comments are closed.