Odisha Link
Bridging the Missing Links in Odisha

ଦିନ ଦ୍ୱିପ୍ରହରରେ ଲୁଟ୍

କୋଣାର୍କ : ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି । ଦିନ ଦ୍ୱିପ୍ରହରରେ ସ୍କୁଟି ଡିକି ତାଡ଼ି ୪୫ ହଜାର ଟଙ୍କା ଲୁଟି ନେଇଥିଲେ । ଏହି ଘଟଣାଟି ଅସ୍ତରଙ୍ଗ ଥାନା ବରାଙ୍ଗ ଗାଁରେ ଘଟିଛି । ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ବରାଙ୍ଗ ଗ୍ରାମର ବାବୁଲି ସ୍ୱାଇଁ ଓ ତାଙ୍କ ପତ୍ନୀ ଗତକାଲି ଅପରାହ୍ନ ପ୍ରାୟ ୨ଟା ବେଳେ ଅସ୍ତରଙ୍ଗ ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠାଇ ସ୍କୁଟି ଡ଼ିକିରେ ରଖିଥିଲେ। ସେଠାରୁ ଫେରିବା ବେଳେ ନିକଟସ୍ଥ ଗଣେଶ ମନ୍ଦିର ସମ୍ମୁଖରେ ଥିବା ଏକ ଲୁଗା ଦୋକାନକୁ କିଛି କିଣାକିଣି ପାଇଁ ଯାଇଥିଲେ।

ସେହି ସମୟରେ ଜଣେ ଦୁର୍ବୁତ୍ତ ଡିକି ଭାଙ୍ଗି ୪୫ହଜାର ଟଙ୍କା ଲୁଟି ନେଇଥିଲେ। ଏହାପରେ ପୂର୍ବ ଯୋଜନା ମୁତାବକ, ଆଉ ଜଣେ ସହଯୋଗୀ ବାଇକ୍‌ ଧରି ପହଞ୍ଚିବା ପରେ ଉଭୟ ସେଠାରୁ ଫେରାର ହୋଇ ଯାଇଥିଲେ। ଏହି ଦୃଶ୍ୟ ନିକଟସ୍ଥ ଏକ ଦୋକାନର ସିସିଟିଭିରେ କଏଦ ହୋଇଯାଇଛି । ଏ ସମ୍ପର୍କରେ ଦମ୍ପତି ଅସ୍ତରଙ୍ଗ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି ।

Comments are closed.