Odisha Link
Bridging the Missing Links in Odisha

ସୂର୍ଯ୍ୟୋପରାଗ ଫଟୋ ପ୍ରଧାନମନ୍ତ୍ରୀ ମୋଦି କଲେ ସେୟାର, କହିଲେ ମୁଁ ବି..

ନୂଆଦିଲ୍ଲୀ: ଆଜି ଦେଶସାରା ବର୍ଷର ଶେଷ ସୂର୍ଯ୍ୟୋପରାଗ ଦେଖିବାର ଦୃଶ୍ୟ ଦେଖିବାକୁ ମିଳିଛି। ଅନ୍ୟପଟେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ବିରଳ ମହାଜାଗତିକ ଦୃଶ୍ୟ ଦେଖିଥିବାର ଫଟୋ ସୋଶିଆଲ ମିଡିଆରେ ସେୟାର କରିଛନ୍ତି।

ସେ ଟୁଇଟ କରି କହିଛନ୍ତି ଯେ, ସବୁ ଭାରତୀୟ ପରି ମୁଁ ବି ସୂର୍ଯ୍ୟୋପରାଗକୁ ନେଇ ଉତ୍ସାହିତ। ବିଶେଷଜ୍ଞଙ୍କ ସହ ସୂର୍ଯ୍ୟୋପରାଗ ଦେଖିବା ସହ ସେହି ସମ୍ପର୍କରେ ସେ ପଚାରି ବୁଝିଥିଲେ। ଆକାଶ ମେଘାଚ୍ଛନ୍ନ ଯୋଗୁଁ ସୂର୍ଯ୍ୟୋପରାଗ ଠିକରେ ଦେଖି ପାରିନଥିଲି କିନ୍ତୁ ଲାଇଭ ଷ୍ଟ୍ରିମରେ ଅନ୍ୟସ୍ଥାନର ସୂର୍ଯ୍ୟୋପରାଗ ଦେଖିଲି ବୋଲି ମୋଦି କହିଛନ୍ତି।

ସୂଚନାଯୋଗ୍ୟ, ଆଜି ସୂର୍ଯୋପରାଗ ସକାଳ ୮ଟା ୧୯ରୁ ଦିନ ୧୧ଟା ୨୮ ଯାଏଁ ରହିଥିଲା।

Comments are closed.