ହିମାଚଳ ପ୍ରଦେଶରେ ଦୁଇଥର ଭୂକମ୍ପ ଝଟକା

ଶିମଲା: ହିମାଚଳ ପ୍ରଦେଶର ଲାହୋଲ- ସ୍ପିତି ଜିଲାରେ ଆଜି ସକାଳେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଏହି ଝଟକା ଅନୁଭବ ହେବା ମାତ୍ରେ ଲୋକମାନେ ଘରୁ ବାହାରକୁ ଚାଲି ଆସିଥିଲେ। ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୪ ରହିଥିବା ବେଳେ ଏହାର କେନ୍ଦ୍ରସ୍ଥଳ ଲାହୋଲ – ସ୍ପିତି ଜିଲାର ଭୂ-ପୃଷ୍ଠରୁ ୫ କିମି ଗଭୀରରେ ଥିଲା ବୋଲି ଜଣାପଡ଼ିଛି। ଏହି ଭୂକମ୍ପ କାରଣରୁ ଏଯାବତ କୌଣସି ପ୍ରାଣହାନୀ ହୋଇଥିବା ନେଇ ସୂଚନା ମିଳିନାହିଁ। ଦିନକ ଆଗରୁ ସମାନ କେନ୍ଦ୍ରସ୍ଥଳରେ ରାତ୍ର ସମୟରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ସେହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୭ ରହିଥିଲା ଭୂକମ୍ପ ଯୋଗୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।