Odisha Link
Bridging the Missing Links in Odisha

ଦେଶର ସ୍ବଚ୍ଛ ବେଳାଭୂମି ତାଲିକାରେ ଓଡିଶା ପ୍ରଥମ

ପୁରୀ: ରାଷ୍ଟ୍ରୀୟ ତଟ୍ଟୀୟ ଅନୁସନ୍ଧାନ କେନ୍ଦ୍ର ବା (ଏନସିସିଆର) ତରଫରୁ ହୋଇଥିବା ସର୍ଭେ ରିପୋର୍ଟ ଅନୁସାରେ ଦେଶର ସ୍ବଚ୍ଛ ବେଳାଭୂମିରେ ଓଡିଶା ପ୍ରଥମ। ଓଡ଼ିଶାର ପୁରୀ ଏବଂ ଗୋପାଳପୁର ବେଳାଭୂମିକୁ ସବୁଠାରୁ ସ୍ୱଚ୍ଛ ବେଳାଭୂମିର ମାନ୍ୟତା ମିଳିଛି। ଦେଶର ୫ଟି ସ୍ୱଚ୍ଛ ଓ ପରିଚ୍ଛନ ସମୂଦ୍ର ତଟ୍ଟୀୟ ବେଳାଭୂମି ମଧ୍ୟରୁ ଓଡ଼ିଶାର ପୁରୀ ବେଳାଭୂମି ଏବଂ ଗୋପାଳପୁର ବେଳାଭୂମି ବେଶ୍ ସଫାସତୁରା ବୋଲି ସର୍ଭେ ରିପୋର୍ଟରେ ଉଲ୍ଲେଖ ରହିଛି । ଅନ୍ୟପକ୍ଷରେ ତାମିଲନାଡୁର ଥିରୁଭାଞ୍ଜୁର ବେଳାଭୂମି, କେରଳର କାଝାକୋଟ୍ଟାମ ଏବଂ ଗୁଜୁରାଟର ଡୁମାସ ବେଳାଭୂମିକୁ ସ୍ୱଚ୍ଛ ବେଳାଭୂମି ତାଲିକାରେ ସ୍ଥାନ ମିଳିଛି।

ଓଡ଼ିଶାର ଦୁଇଟି ବେଳାଭୂମିକୁ ସଫାସୁତୁରା ବେଳାଭୂମି ମାନ୍ୟତା ମିଳିବା ନେଇ ଟ୍ୱିଟରେ ଟ୍ରେଣ୍ଡ ଚାଲିଛି। ଏଭଳି ସମ୍ମାନ ମିଳିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ୱିଟ୍ କରିଛନ୍ତି ଏବଂ ପର୍ଯ୍ୟଟଙ୍କୁ ଆମନ୍ତ୍ରିତ କରି କହିଛନ୍ତି, ଭାରତର ସବୁଠାରୁ ସ୍ୱଚ୍ଛ ବେଳାଭୂମି ଗୁଡ଼ିକ ଓଡ଼ିଶାରେ ରହିଛି ତେଣୁ ଶୀତକୁ ଭୁଲି ଥରେ ଓଡ଼ିଶା ଆସନ୍ତୁ, ସ୍ୱଚ୍ଛ ବେଳାଭୂମିରେ ଓଡ଼ିଶାର କଳା ସଂସ୍କୃତିର ମଜା ନିଅନ୍ତୁ।

Comments are closed.