Odisha Link
Bridging the Missing Links in Odisha

ରାକେଶ ଶର୍ମାଙ୍କ ବାୟୋପିକରେ ନଜର ଆସିବେ ଏହି କଳାକାର

ମୁମ୍ବାଇ : ବଲିଉଡ଼ରେ ପ୍ରସ୍ତୁତ ହେବାକୁ ଯାଉଛି ଅନ୍ୟ ଏକ ବାୟୋପିକ । ସିନେମାଟି ରାକେଶ ଶର୍ମାଙ୍କ ଜୀବନି ଉପରେ ଆଧାରିତ । ରାକେଶ ଶର୍ମା ଭାରତର ପ୍ରଥମ ମହାକାଶଚାରୀ ହେବାର ଗୌରବ ଅର୍ଜନ କରିଥିଲେ । ଏହି ସିନେମାରେ ରାକେଶଙ୍କ ଚରିତ୍ରରେ ଶାହରୁଖ୍ ଖାନ୍ ଅଭିନୟ କରିବେ ।ଏହି ଚରତ୍ର ପାଇଁ ପ୍ରଥମେ ଅକ୍ଷୟ କୁମାରଙ୍କୁ କିନ୍ତୁ ବର୍ତ୍ତମାନ ଏଥିରେ ଶାହରୁଖ୍ ନଜର ଆସିବେ । ସିନେମାଟି ହେଲା ‘ସାଲ୍ୟୁଟ୍’।

ଶାହରୁଖ୍ ଙ୍କ ଅଭିନୀତ ସିନେମା ‘ଜିରୋ’ ଫ୍ଲପ୍ ହେବାପରେ ସେ ଖୁବ୍ ସତର୍କ ହୋଇଯାଇଛନ୍ତି । ପ୍ରଯୋଜକ ଏହି ସିନେମାର ମୂଖ୍ୟ ଭୂମିକା ଲାଗି ବହୁ ଦିନ ଧରି ସନ୍ଧାନ ଜାରି ରଖିଥିଲେ। ଏବେ ଶୁଣିବାକୁ ମିଳିଛି ଯେ,ଫାତିମା ସନା ଶେଖଙ୍କୁ ସିନେମାର ନାୟିକା ଭୂମିକା ଅଭିନୟ କରିବେ । କିନ୍ତୁ ଏହାକୁ ନେଇ କୌଣସି ବିଧିବଦ୍ଧ ଘୋଷଣା କରାଯାଇ ନାହିଁ।

ସୂଚନା ଅନୁସାରେ , ଫାତିମା ନିକଟରେ ଶାହରୁଖଙ୍କ ସହ କାମ କରିବା ଲାଗି ନିଜର ଇଚ୍ଛା ପ୍ରକାଶ କରିଥିଲେ । ଏକ ସାକ୍ଷାତକାରରେ ସେ କହିଥିଲେ ଯେ, ଶାହରୁଖଙ୍କ ପାଖରେ ସେ ନର୍ଭସ ହୋଇଗଲେ ମଧ୍ୟ ତାଙ୍କ ସହ ଅଭିନୟ କରିବା ଲାଗି ଉତ୍କଣ୍ଠିତ ଅଛନ୍ତି । ସିନେମାଟିକୁ ମହେଶ ମଥାଇର ନିର୍ଦ୍ଦେଶନା ଦେଉଛନ୍ତି ଓ ସିନେମାର ସୁଟିଂ ଚଳିତ ବର୍ଷ ଫେବ୍ରୁଆରି ମାସରେ ଏହାର ଆରମ୍ଭ ହେବ ବୋଲି ଜଣାପଡ଼ିଛି ।

Comments are closed.