Odisha Link
Bridging the Missing Links in Odisha

ଭାରତ ବନ୍ଦ: ଓଲଟିଲା ମାଛ ବୋଝେଇ ଭ୍ୟାନ୍‌

ରାଉରକେଲା: ଶ୍ରମିକ ସଂଗଠନଗୁଡ଼ିକର ଆହ୍ଵାନ କ୍ରମେ ଆଜି ସମଗ୍ର ଭାରତରେ ବନ୍ଦ ପାଳନ ହେଉଥିବା ବେଳେ ରାଉରକେଲାରେ ମଧ୍ୟ ବନ୍ଦ ପାଳନ ହେଉଥିଲା। ଏହି ସମୟରେ ଦେଖିବାକୁ ମିଳିଛି ନିଆରା ଦୃଶ୍ୟ। ଆନ୍ଦୋଳନକାରୀ ରାସ୍ତାରୋକ କରୁଥିବା ବେଳେ ମାଛ ନେଇ ଯାଉଥିବା ଗୋଟାଏ ପିକ୍‌-ଅପ୍‌ ଭ୍ୟାନ୍‌ ସ୍ଥାନୀୟ ବିଶ୍ରାଛକ ଠାରେ ଓଲଟି ପଡ଼ିବାରୁ ଶହ ଶହ ଜିଅନ୍ତା ମାଛ ରାସ୍ତା ଉପରେ ଛାଟିପିଟି ହେଉଥିବା ଦେଖିବାକୁ ମିଳୁଥିଲା। ଏହି ସୁଯୋଗରେ ସ୍ଥାନୀୟ ଲୋକେ ମାଛ ବୋହି ନେଇଯାଇଥିଲେ।

ପିକ୍‌-ଅପ୍‌ ଭ୍ୟାନ୍‌ ସ୍ଥାନୀୟ ବନ୍ଧମୁଣ୍ଡାରୁ ମାଛ ନେଇ ବିଶ୍ରାଛକ ବାଟେ ରିଙ୍ଗ୍‌ ରୋଡ୍‌ ଦେଇ ଡିଏଭି ମାଛ ମାର୍କେଟ୍‌ ଅଭିମୁଖେ ଯାଉଥିଲା। ବିଶ୍ରାଛକ ଠାରେ ରାସ୍ତା ଅବରୋଧ କରିଥିବା ପ୍ରତିବାଦକାରୀମାନେ ସେ ପିକ୍‌-ଅପ୍‌ ଭ୍ୟାନ୍‌ଟିକୁ ଅଟକାଇବାକୁ ଯାଉଥିବା ବେଳେ ତାହା ଗୋଲେଇଛକ ବାଟେ ବୁଲି ଖସିଯିବାକୁ ବାହାରିଥିଲା। ତରବରରେ ଚାଳକ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବାରୁ ତାହା ସେଠାରେ ଓଲଟି ପଡ଼ିଥିଲା। ପ୍ଲାଣ୍ଟ୍‌ସାଇଟ୍‌ ପୁଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ଓଲଟି ପଡ଼ିଥିବା ପିକ୍‌-ଅପ୍‌ ଭ୍ୟାନ୍‌କୁ କ୍ରେନ୍‌ ସାହାଯ୍ୟରେ ଉଠାଇ ଜବତ କରିବା

Comments are closed.