Odisha Link
Bridging the Missing Links in Odisha

ଫେବୃଆରୀ ୧୫ ଯାଏ ଚାଲିବ ‘ଇକୋ ରିଟ୍ରିଟ୍‌’

କୋଣାର୍କ: ପର୍ଯ୍ୟଟକମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍‌ରେ ଚାଲିଥିବା ‘ଇକୋ ରିଟ୍ରିଟ୍‌’ର ଅବଧିକୁ ୧୫ ଦିନ ବଢ଼ାଯାଇଛି। ଜାନୁ୍ଆରି ୩୧ ତାରିଖ ପରିବର୍ତ୍ତେ ଫେବୃଆରୀ ୧୫ ଯାଏ ଚାଲିବ ଏହି ‘ଇକୋ ରିଟ୍ରିଟ୍‌’। ବର୍ତ୍ତମାନ ଇକୋ ରିଟ୍ରିଟ୍‌ରେ କଟେଜ୍ ବୁକିଂ ୬୫ରୁ ୭୦ ପ୍ରତିଶତ ହେଉଛି। ଇକୋ ରିଟ୍ରିଟ୍‌ ଉତ୍ସବକୁ ସାରା ଦେଶରେ ପରିଚିତ କରିବା ପାଇଁ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀମାନଙ୍କ ଏକ ସମ୍ମିଳନୀ ଆୟୋଜନ କରାଯାଇଛି। ଆସନ୍ତା ୨୩ ଓ ୨୪ ତାରିଖ ଦୁଇ ଦିନ ଧରି ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମିଳନୀକୁ ଉଦ୍‌ଘାଟନ କରିବେ। ଏହି ସମ୍ମିଳନୀରେ ସବୁ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ଓ ସଚିବମାନେ ଯୋଗ ଦେବେ। ସେଠାରେ ସେମାନଙ୍କର ରାତ୍ରୀଯାପନ କରିବାର ବ୍ୟବସ୍ଥା କରାଯାଇଛି। ଏହି ସମ୍ମିଳନୀରେ ସାରା ଦେଶର ପର୍ଯ୍ୟଟନର ବିକାଶ ପାଇଁ ମାନସ ମନ୍ଥନ କରାଯିବ। ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ମଧ୍ୟ ଏହା ବେଶ୍‌ ଗୁରୁତ୍ବ ବହନ କରୁଛି।

Comments are closed.