ବିହାର: ସିଏଏ ଓ ଏନଆରସି ବିପକ୍ଷରେ ବିଧାନସଭା ବାହାରେ ରାଜଦର ବିକ୍ଷୋଭ, ନିତିଶ କହିଲେ..

ବିହାର: ଆଜି ବିହାର ବିଧାନସଭା ବାହାରେ ରାଷ୍ଟ୍ରୀୟ ଜନତା ଦଳ(ରାଜଦ)ର ବିଧାୟକ ମାନେ ନାଗରିକତା ସଂଶୋଧନ ଆଇନ୍ (ସିଏଏ) ଓ ରାଷ୍ଟ୍ରୀୟ ନାଗରିକ ପଞ୍ଜିକରଣ (ଏନଆରସି) କୁ ବିରୋଧ କରିଛନ୍ତି। ରାଜ୍ୟରେ ସିଏଏ ଓ ଏନଆରସିକୁ ଲାଗୁ କରାଇ ଦିଆଯିବ ନାହିଁ ବୋଲି ରାଜଦ ପକ୍ଷରୁ କୁହାଯାଇଛି। ଅପରପକ୍ଷେ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ପୁଣିଥରେ ସ୍ପଷ୍ଟ କରିଛନ୍ତି ଯେ, ବିହାରରେ ଏନଆରସି ଲାଗୁ କରାଯିବ ନାହିଁ।
ରାଜଦ ମୁଖପାତ୍ର ଓ ବିଧାୟକ ଭାଇ ବିରେନ୍ଦ୍ର ଯାଦବ ଏବଂ ଅନ୍ୟ ବିଧାୟକଙ୍କ ସହିତ ବିଧାନସଭା ବାହାରେ ବିରୋଧ ପ୍ରଦର୍ଶନ କରିଥିଲେ। ସମସ୍ତଙ୍କ ହାତରେ ସିଏଏ ଓ ଏନଆରସି ବିରୋଧରେ ପୋଷ୍ଟର ଧରି ପ୍ରତିବାଦ କରିବାର ଦେଖିବାକୁ ମିଳିଛି। ବିଧାୟକ ମାନେ କହିଥିଲେ ଯେ, ଭାଜପା ସମ୍ବିଧାନକୁ ଶେଷ କରୁଛି। ଆମେ ବିହାରରେ ସିଏଏ ଓ ଏନଆରସିକୁ ଲାଗୁ କରିବାକୁ ଦେବୁ ନାହିଁ ବୋଲି ନାରାବାଜି ଦେଇଥିଲେ।
Bihar Chief Minister Nitish Kumar in state assembly: No question of NRC in Bihar, it was in discussions only in context of Assam. Prime Minister Narendra Modi has also clarified on it. (file pic) pic.twitter.com/mpQecGaVMW
— ANI (@ANI) January 13, 2020
ଅନ୍ୟପଟେ ବିହାର ବିଧାନସଭାରେ ନିତିଶ କୁମାର କହିଛନ୍ତି ଯେ, ବିହାରରେ ଏନଆରସି ଲାଗୁ ହେବାର କୌଣସି ପ୍ରଶ୍ନ ଉଠୁନାହିଁ। ଏହା କେବଳ ଆସାମ ରାଜ୍ୟରେ ଚର୍ଚ୍ଚା ଥିଲା। ଏହା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପଷ୍ଟୀକରଣ ଦେଇଛନ୍ତି।