Odisha Link
Bridging the Missing Links in Odisha

ଅଷ୍ଟ୍ରେଲିଆ ଆଗରେ ୨୫୬ ରନର ବିଜୟ ଲକ୍ଷ୍ୟ

ମୁମ୍ବାଇ: ଭାରତ ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ ମ୍ୟାଚ ମୁମ୍ବାଇ ସ୍ଥିତ ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳା ଯାଉଛି। ଏହି ମ୍ୟାଚରେ ପ୍ରଥମ ଟସ୍‌ ଜିତି ଅଷ୍ଟ୍ରେଲିଆ ଦଳ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା। ଫଳରେ ପ୍ରଥମେ ବ୍ୟାଟି କରି ଟିମ୍‌ ଇଣ୍ଡିଆ ୪୯.୧ ଓଭରରେ ୨୫୫ ରନ୍ କରି ଅଲଆଉଟ୍ ହୋଇଛି।

ଶିଖର ଧୱନ୍ ଓ ଲୋକେଶ ରାହୁଲଙ୍କ ଶତକୀୟ ଭାଗୀଦାରୀ ଦ୍ୱାରା ଭାରତ ଏକ ସମୟରେ ମଜଭୁତ୍ ସ୍ଥିତିରେ ଥିଲା। କିନ୍ତୁ ମଝି ଓଭର ଗୁଡ଼ିକରେ ଅଷ୍ଟ୍ରେଲିଆ ବୋଲରଙ୍କ ଶାଣିତ ବୋଲିଂ ଆଗରେ ଭାରତୀୟ ମିଡିଲ୍ ଅର୍ଡର ଆତ୍ମସମର୍ପଣ କରିଥିଲେ, ଯେଉଁକାରଣରୁ ଘରୋଇ ଟିମ୍ ବଡ଼ ସ୍କୋର କରିବାରୁ ବଞ୍ଚିତ ହୋଇଛି। ଭାରତ ପକ୍ଷରୁ ଧୱନ୍ ସର୍ବାଧିକ ୭୪ ରନ୍ କରିଥିବା ବେଳେ ରାହୁଲ ୪୭ ରନର ଇନିଂସ୍ ଖେଳିଛନ୍ତି। କ୍ୟାପଟେନ୍ ବିରାଟ୍ କୋହଲି, ଶ୍ରେୟସ୍ ଆୟର୍ ଓ ଋଷଭ ପନ୍ତ ଆଶାମୁତାବକ ବଡ଼ ଇନିଂସ୍ ଖେଳିବାରେ ବିଫଳ ହୋଇଛନ୍ତି।

ଅଷ୍ଟ୍ରେଲିଆକୁ ଏହି ମ୍ୟାଚ ଜିତିବାକୁ ହେଲେ ନିର୍ଦ୍ଧାରିତ ୫୦ ଓଭର ମଧ୍ୟରେ ୨୫୬ରନ୍‌ ପୂରଣ କରିବାକୁ ପଡ଼ିବ। ଅପରପକ୍ଷେ ଟିମ୍‌ ଇଣ୍ଡିଆକୁ ଜିତିବାକୁ ହେଲେ ଅଷ୍ଟ୍ରେଲିଆ ଦଳକୁ ୨୫୫ ରନରେ ସୀମିତ ରଖିବାକୁ ପଡ଼ିବ ।

Comments are closed.