Odisha Link
Bridging the Missing Links in Odisha

ରାଜକୋଟ ଦିନିକିଆରୁ ବାଦ ପଡ଼ିପାରନ୍ତି ଋଷଭ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଦିନିକିଆ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟକା। ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁଯାୟୀ ଓ୍ବିକେଟ କିପର ତଥା ବାମହାତୀ ମିଡିଲ ଅର୍ଡର ଖେଳଳୀ ଋଷଭ ପନ୍ତ ଖେଳିନପାରନ୍ତି ରାଜକୋଟ ଦିନିକିଆ। ଗତକାଲି ୱାଙ୍ଖଡେ ଷ୍ଟାଡ଼ିୟମରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚରେ ଆହତ ହୋଇଥିଲେ ଋଷଭ। ଫଳରେ ତାଙ୍କ ବଦଳରେ କେ ଏଲ୍ ରାହୁଲ୍ ୱିକେଟ୍ କିପିଂ କରିଥିଲେ।

ଏହାପରେ ରିଷଭଙ୍କ ଡାକ୍ତରୀ ପରୀକ୍ଷା କରାଯାଇଛି। ତାଙ୍କୁ ୨୪ ଘଣ୍ଟା ପର୍ଯ୍ୟନ୍ତ ଆରାମ ନେବା ପାଇଁ କୁହାଯାଇଛି। ଅନ୍ୟପଟେ ଜାନୁଆରି ୧୭ ତାରିଖରେ ଦ୍ୱିତୀୟ ଦିନିକିଆ ହେବାକୁ ଥିବାବେଳେ ଏଥିରେ ଋଷଭ ଖେଳିବେ କି ନାଇ ସେ ନେଇ ସ୍ପଷ୍ଟ ହୋଇନାହିଁ। ବର୍ତ୍ତମାନ ଯଦି ରିଷଭ ଆହତ ହେବା କାରଣରୁ ଦଳରୁ ବାଦ୍ ପଡ଼ନ୍ତି ତେବେ ଦଳ ପାଇଁ ଏହା ଏକ ବଡ଼ କ୍ଷତି ହେବ। ତାଙ୍କ ବଦଳରେ କେଏଲ ରାହୁଲ କିପିଂ ଦାୟିତ୍ବ ତୁଲାଇବେ ନା ଋଷଭଙ୍କ ସ୍ଥାନରେ ଆଉ କହାକୁ ସୁଯୋଗ ମିଳିବ ତାହା ଏବେ ଚର୍ଚ୍ଚାର ବିଷୟ।

Comments are closed.