ଓଡ଼ିଶା ଫେରିବ ବିଜୁଙ୍କ ଡାକୋଟା

ଭୁବନେଶ୍ବର: ଓଡ଼ିଶାକୁ ଫେରିବ ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ। ଏନେଇ ଲୋକସେବା ଭବନରେ ବସିଛି ଉଚ୍ଚସ୍ତରୀୟ ବୈଠକ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଚିଠି ଲେଖିବେ ରାଜ୍ୟ ସରକାର। ଏହାକୁ ଲୋସେବା ଭବନରେ ବସିଥିବା ବୈଠକରେ ଅନୁମୋଦନ ମିିଳିଛି।
ଓଡ଼ିଶା ଆସିବା ପରେ ଡାକୋଟାକୁ କେଉଁଠି ରଖାଯିବ ପରେ ନିଷ୍ପତ୍ତି ହେବ ବୋଲି ପରିବହନ ବିଭାଗର ସ୍ବତନ୍ତ୍ର ସଚିବ ମନୋଜ ମିଶ୍ର ସୂଚନା ଦେଇଛନ୍ତି।