Odisha Link
Bridging the Missing Links in Odisha

ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ସମ୍ବଲପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପଡିଆବାହାଲ ଫରେଷ୍ଟ ରେଞ୍ଜର ରେଞ୍ଜରଙ୍କ ଘରେ ସମ୍ବଲପୁର ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢ଼ାଉ କରାଯାଇଛି। ରେଞ୍ଜର ସୁରେଶ ମିର୍ଧାଙ୍କ ପୁଟିବନ୍ଧ ସ୍ଥିତ ଘର ସମେତ ୩ଟି ସ୍ଥାନରେ ଚଢାଉ ଜାରି ରହିଛି।
ସୁରେଶଙ୍କର ପୁଟିବନ୍ଧ ଘର, ସୁବର୍ଣ୍ଣପୁର ସ୍ଥିତ ଫାର୍ମହାଉସ୍, ପୁଟିବନ୍ଧଠାରେ ଥିବା ତାଙ୍କ ଝିଅ ଏବଂ ଜ୍ବାଇଁଙ୍କ ଘର ଏବଂ ପଡିଆବାହାଲ ଫରେଷ୍ଟ ରେଞ୍ଜ କାର୍ଯ୍ୟାଳୟରେ ଏକ କାଳୀନ ରେଡ୍ ଚାଲିଛି। ସମ୍ବଲପୁର ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏହି ଚଢାଉ ଚାଲିଥିବା ଭିଜିଲାନ୍ସ ଡିଏସପି କହିଛନ୍ତି। ବର୍ତ୍ତମାନ ସୁଧା ଏହି ଚଢାଉ ଜାରି ରହିଛି ଏବଂ କେତେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ହୋଇଛି ତାହା ତଦନ୍ତ ପ୍ରକ୍ରିୟା ସରିଲା ପରେ ଜଣାପଡିବ।

Comments are closed.