Odisha Link
Bridging the Missing Links in Odisha

ଆତଙ୍କବାଦକୁ ଅନ୍ତ କରିବାର ଉପାୟ କୂଟନୈତିକ ବାସନ୍ଦ : ବିପିନ ରାଓ୍ଵତ

ନୂଆଦିଲ୍ଲୀ: ଆତଙ୍କବାଦର ଅନ୍ତର ଉପାୟ ହେଉଛି କୂଟନୈତିକ ବାସନ୍ଦ। ଏଭଳି ମନ୍ତବ୍ୟ ଦେଇଛନ୍ତି ଚିଫ୍‌ ଅଫ୍‌ ଡିଫେନ୍‌ସ୍‌ ଷ୍ଟାଫ୍‌ ବିପିନ ରାଓ୍ଵତ। ଦିଲ୍ଲୀ ସ୍ଥିତି ‘ରାଇସିନା ଡାଇଲଗ୍‌’ରେ ଭାଷଣ ଦେଇ ରାଓ୍ଵତ୍‌ କହିଲେ ଯେ ଆତଙ୍କବାଦର ଭବିଷ୍ୟତ ପାରମ୍ପରିକ ଯୁଦ୍ଧ ଭଳି ଜଟିଳ ହେବ। ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଦେଶଗୁଡ଼ିକ ଥିବାଯାଏଁ ଆତଙ୍କବାଦ ବଜାୟ ରହିବ। ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଇ ଆସୁଥିବା ଦେଶମାନେ ପାଣ୍ଠି ଯୋଗାଣ ବନ୍ଦ ନ କରିବା ଯାଏଁ ଆତଙ୍କବାଦର ଅନ୍ତ ହେବ ନାହିଁ। ଆତଙ୍କବାଦ ବିରୋଧରେ ଯୁଦ୍ଧ ଚାଲୁଥିବ।

କୂଟନୈତିକ ବାସନ୍ଦ ହେଉଛି ଆତଙ୍କବାଦକୁ ଶେଷ କରିବା ନିମନ୍ତେ ସର୍ବୋତ୍ତମ ପ୍ରତିକାର। ଏହି ବ୍ୟବସ୍ଥା କେବଳ ପାକିସ୍ତାନ ନିମନ୍ତେ ନୁହେଁ; ଯେଉଁ ଦେଶ ସବୁ ଏ ଭଳି କାମ କରୁଛନ୍ତି, ସେମାନଙ୍କ ପାଇଁ ମଧ୍ୟ ଲାଗୁ ହେବା ଉଚିତ। ‘ଅବ୍‌ଜର୍‌ଭର୍‌ ରିସର୍ଚ ଫାଉଣ୍ଡେସନ୍‌ ଦ୍ୱାରା ଆୟୋଜିତ ‘ରାଇସିନା ଡାଇଲଗ୍‌’ରେ ବିଶ୍ୱର ଅନ୍ୟାନ୍ୟ ଦେଶର ନେତାଙ୍କ ଉପସ୍ଥିତିରେ ଜେନେରାଲ୍‌ ରାଓ୍ଵତ୍‌ ଏ ଭଳି ମତ ରଖିଛନ୍ତି।

Comments are closed.