Odisha Link
Bridging the Missing Links in Odisha

ଲଣ୍ଡନରେ ସୋନମଙ୍କ ସହ ଘଟିଲା ଭୟାନକ ଘଟଣା

ମୁମ୍ବାଇ: ଅନିଲ କପୁରଙ୍କ ଝିଅ ସୋନମ କପୁର ସମୟ କିଛି ଭଲ ଚାଲୁନଥିବା କଥା କହିଥିଲେ । କିଛି ଦିନ ତଳେ ତାଙ୍କ ସହ ଘଟିଥିବା ଦୁର୍ଘଟଣା ବିଷୟରେ କହି ଅଭିଯୋଗ ଆଣିଥିଲେ । ସୋନମ କହିଥିଲେ , ଯେ ଫ୍ଲାଇଟ୍‌ରେ ଲଣ୍ଡନ ଯିବାବେଳେ ତାଙ୍କ ଲଗେଜ୍‌ ବ୍ୟାଗ ହଜିଯାଇଥିଲା। ବର୍ତ୍ତମାନ ପୁଣି ଥରେ ତାଙ୍କ ସହ ଏମିତି କିଛି ହୋଇଛି ଯାହା ପାଇଁ ସେ ବହୁତ ଡରିଯାଇଛନ୍ତି।

ସୋନମ ଟୁଇଟ କରିଲେଖିଛନ୍ତି ,ମୁଁ ଲଣ୍ଡନ ଉବର କ୍ୟାବ୍‌ରେ କିଛି ଭୟାନକ ଅନୁଭବ କରିଲି। ଆପଣମାନେ ଧ୍ୟାନ ଦିଅନ୍ତୁ। ଭଲ ହେବ ଆପଣ ଲଣ୍ଡନର ଲୋକାଲ କ୍ୟାବ୍‌ ଓ ପବ୍ଲିକ୍‌ ଗାଡ଼ି ବ୍ୟବହାର କରନ୍ତୁ ଓ ସୁରକ୍ଷିତ ରୁହନ୍ତୁ। ମୁଁ ବହୁତ ଡରିଯାଇଛି।’ ସୋନମଙ୍କ ଏହି ଟ୍ୱିଟ୍‌ ପରେ ତାଙ୍କ ପରିବାର ଲୋକ ବନ୍ଧୁଙ୍କ ସମେତ ଫ୍ୟାନମାନେ ତାଙ୍କୁ କ’ଣ ହୋଇଛି ବୋଲି ପଚାରିବାକୁ ଲାଗିଲେ। ଏହାପରେ ସୋନମ ଜବାବ ଦେଇ କହିଲେ, ‘କ୍ୟାବ୍‌ ଡ୍ରାଇଭର୍‌ ମାନସିକ ରୂପେ ଅସ୍ଥିର ଥିଲେ ଓ ଜୋର୍‌ ଜୋର୍‌ ସେ ମୋ ଉପରେ ଚିଲାଉଥିଲେ। ମୁଁ ଶେଷ ପର୍ଯ୍ୟନ୍ତ ବହୁତ ଡରିଯାଇଥିଲି।

ସୋନମଙ୍କ ଏହି ଟ୍ୱିଟ୍‌ରେ ଉବର ଗ୍ଲୋବାଲ୍‌ ହେଲ୍ପ ଲାଇନ୍‌ ଜବାବ ଦେଇ ଲେଖିଛି, ‘ତାଙ୍କ ଗ୍ରାହକ ତାଙ୍କର କୌଣସି ଅସୁବିଧା ନେଇ ସିଧାସଳଖ ଅଭିଯୋଗ କରିପାରିବେ।’ ହେଲେ ଏହାର ଉତ୍ତରରେ ସୋନମ୍‌ କିଛି କହିନାହାନ୍ତି। ତେବେ ତାଙ୍କ ସହ ଘଟିଥିବା ଘଟଣା ଜାଣିବା ପରେ ଅନେକ ଲୋକ ସେ ଠିକ୍‌ ଅଛନ୍ତି କି ନାହିଁ ପଚାରୁଛନ୍ତି। ସମସ୍ତ ତାଙ୍କ ପାଇଁ ଚିନ୍ତା ପ୍ରକଟ କରୁଛନ୍ତି।

ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ସୋନମ କପୁର ବ୍ରିଟିଶ୍‌ ଏୟାର୍‌ୱେଜ୍‌କୁ ନେଇ ଟ୍ୱିଟ୍‌ କରିଥିଲେ। ସେ ଅଭିଯୋଗ କରିଥିଲେ ଯେ ସେ ତୃତୀୟ ଥର ପାଇଁ ଏହି ଏୟାର୍‌ଲାଇନ୍‌ରେ ଯାତ୍ରା କରୁଛନ୍ତି ଓ ତାଙ୍କ ବ୍ୟାଗ ଦ୍ୱିତୀୟ ଥର ହଜିଯାଇଛି। ସେ ଆହୁରି କହିଥିଲେ ଯେ ଏଥିରୁ ତାଙ୍କୁ ଏକ ଶିକ୍ଷା ମିଳିଛି ଓ ସେ ଆଉ କେବେ ହେଲେ ଏହି ଏୟାର୍‌ ଲାଇନ୍‌ରେ ଯାତ୍ରା କରିବେ ନାହିଁ।

Comments are closed.