Odisha Link
Bridging the Missing Links in Odisha

ଅଷ୍ଟ୍ରେଲିଆ ଆଗରେ ୩୪୧ ରନର ଟାର୍ଗେଟ୍

ରାଜକୋଟ୍‌: ମୁମ୍ବାଇରେ ଖେଳାଯାଇଥିବା ମ୍ୟାଚ୍‌ରେ ଟିମ୍ ଇଣ୍ଡିଆର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଆଜି ରାଜକୋଟରେ ଜବରଦସ୍ତ କମବ୍ୟାକ୍ କରିଛି ଇଣ୍ଡିଆ ଟିମ୍। ଆଜି ମ୍ୟାଚ୍‌ରେ ଶିଖର ଧୱନ୍ ଓ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ଆକର୍ଷଣୀୟ ବ୍ୟାଟିଂ ପରେ ଶେଷଭାଗରେ ଲୋକେଶ ରାହୁଲଙ୍କ ଧୂଆଁଧାର ପ୍ରଦର୍ଶନ ବଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ୍ ହରାଇ ୩୪୦ ରନ୍ କରିଛି। ଆମ୍ଭରୁ ଭାରତର ପ୍ରଦର୍ଶନ ଦେଖି ଲାଗୁଥିଲା ଯେ ସ୍କୋର ୩୮୦ ନିକଟତର ଯିବ। କିନ୍ତୁ କ୍ୟାପଟେନ୍ କୋହଲିଙ୍କ ଆଉଟ୍ ପରେ ରନ୍ ଗତି କମିଯାଇଥିଲା।

ଏହି ସିରିଜ୍ ଜିତିବାକୁ ହେଲେ ଅଷ୍ଟ୍ରେଲିଆକୁ ୩୪୧ ରନ୍ କରିବାକୁ ପଡ଼ିବ। ଅନ୍ୟପକ୍ଷରେ ଭାରତକୁ ଏହି ସ୍କୋର ଡିଫେଣ୍ଡ୍ କରିବାକୁ ପଡ଼ିବ। ଭାରତ ପକ୍ଷରୁ ଶିଖର ଧୱନ୍ ସର୍ବାଧିକ ୯୬ ରନ୍ କରିଥିବା ବେଳେ କୋହଲି (୭୮) ଓ କେ ଏଲ ରାହୁଲ (୮୦) ମହତ୍ତ୍ୱପୂର୍ଣ୍ଣ ଅର୍ଦ୍ଧଶତକ ହାସଲ କରିଛନ୍ତି। ଆଜିର ମ୍ୟାଚରେ ପୁଣିଥରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା।

Comments are closed.