Odisha Link
Bridging the Missing Links in Odisha

ଏକ ନମ୍ବରରେ ରହିଲା ଏହି ଟେଲିକମ କମ୍ପାନୀ

ମୁମ୍ବାଇ: ଜିଓ ଟେଲିକମ କମ୍ପାନୀ ସମସ୍ତ କମ୍ପାନୀଙ୍କ ଉପରେ ରାଜକରୁଛି । ଲୋକଙ୍କୁ ମାଗଣାରେ ଡାଟା ସହ କଲିଂ ସୁବିଧା ଦେଇ ଆକୃଷ୍ଟ କରିଥିଲା ଜିଓ ।ଜିଓର ଶସ୍ତା ପ୍ଲାନ ଦ୍ୱାରା ଗ୍ରାହକଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାରେ ସକ୍ଷମ ମଧ୍ୟ ହୋଇଥିଲା । ଏହି କାରଣରୁ ଅନ୍ୟ ଟେଲିକମ କମ୍ପାନୀଙ୍କ ମଧ୍ୟରେ ପ୍ରତିଯୋଗିତା ମଧ୍ୟ ଆରମ୍ଭ ହୋଇଥିଲା । ଜିଓ ଏକ ନମ୍ବର ସ୍ଥାନ ଅଧିକାର କରିଥିବା ବେଳେ ଏୟାରଟେଲ ଦୁଇ ନମ୍ବର ଓ ଭୋଡାଫୋନ-ଆଇଡ଼ିଆ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

ନଭେମ୍ବର ୨୦୧୯ ସୁଦ୍ଧା ଜିଓ ପାଖରେ ୧୧୭ କୋଟି ୟୁଜର୍ସ ଥିବା ବେଳେ ୨୩ ଲକ୍ଷ ଗ୍ରାହକ ଏୟାରଟେଲକୁ ଛାଡ଼ିଥିବାବେଳେ ୨୫ ଲକ୍ଷ ଗ୍ରାହକ ଭୋଡାଫୋନ-ଆଇଡିଆକୁ ଛାଡିଦେଇଛନ୍ତି ।
ସେୟାର ଉପରେ ଅନୁଧ୍ୟାନ କରାଯାଏ ତେବେ ଜିଓ ପାଖରେ ବଜାର ଅଂଶ ୩୨.୦୪ ପ୍ରତିଶତ ରହିଥିବା ବେଳେ, ଏୟାରଟେଲର ବଜାର ଅଂଶ ୨୮.୩୫ ପ୍ରତିଶତ ଓ ଭୋଡାଫୋନ-ଆଇଡ଼ିଆର ବଜାର ଅଂଶ ୨୯.୧୨ ପ୍ରତିଶତ ରହିଛି ।

Comments are closed.