Odisha Link
Bridging the Missing Links in Odisha

ଶାହାରୁଖ୍‌ ଅନ୍‌ଲାଇନ୍‌ରୁ କିଣନ୍ତି ନାହିଁ ଏହି ସାମଗ୍ରୀ

ମୁମ୍ବାଇ : ଅନେକ ସିନେପ୍ରେମୀ ନିଜ ମନ ପସନ୍ଧ ଷ୍ଟାରମାନଙ୍କ ବ୍ୟକ୍ତିଗତ ଜୀବନ ସଂପର୍କରେ ଜାଣିବାକୁ ଅଧିକ ଆଗ୍ରହ କରିଥାନ୍ତି । ସେହିପରି ବଲିଉଡ଼ ଅଭିନେତା ଶାହାରୁଖ ଖାଁ ନିଜ ଅଭିନୟର ଯାଦୁରେ ଅନେକ ଲୋକଙ୍କ ମନ କିଣିଛନ୍ତି । ଖାଁ ଅନେକ ସମୟରେ ତାଙ୍କ ବ୍ୟକ୍ତିଗତ ପସନ୍ଦ ନାପସନ୍ଦକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ।

କିଙ୍ଗ୍ ଖାନ କ’ଣ ଖାଆନ୍ତି, କ’ଣ ପିନ୍ଧନ୍ତି ଆଦି ଜାଣିବା ପାଇଁ ଅନେକ ସମୟରେ ଫ୍ୟାନ୍‌ସମାନେ ଆଗ୍ରହ ଦେଖାଇଥାନ୍ତି। ଆମ ସମସ୍ତଙ୍କ ଧାରଣା ଥାଏ କେବଳ ଶାହାରୁଖ ନୁହଁନ୍ତି, ଅଧିକାଂଶ କଳାକାର ଅନ୍‌ଲାଇନ୍‌ ସପିଂ କରିବାକୁ ପସନ୍ଦ କରିଥାନ୍ତି ।

ଶାହାରୁୁଖ ଜଣେ ଭଲ ଅନ୍‌ଲାଇନ୍‌ ସପର୍‌। ମାତ୍ର ସେ ନିକଟରେ ଏହି ଅନ୍‌ଲାଇନ୍‌ ସପିଂକୁ ନେଇ ତାଙ୍କର ଏକ ବ୍ୟକ୍ତିଗତ କଥା ଖୁଲାସା କରିଛନ୍ତି । ଶାହାରୁଖ କହିଛନ୍ତି ସେ ଆମାଜନ୍‌ରୁ ବହି କିଣନ୍ତି ଓ ବିଗ୍‌ ବାସ୍କେଟ୍‌ରୁ ତେଜରାତି ସାମଗ୍ରୀ କିଣିଥାଆନ୍ତି । ମାତ୍ର ଏକ ପୁରୁଷ ଗୋପନ କଥା କହୁଛି, ଏଯାବତ୍‌ ଅନ୍‌ଲାଇନ୍‌ରୁ ଅନ୍ତର୍ବସ୍ତ୍ର କିଣିବାକୁ ଉଚିତ ମଣିପାରୁ ନାହିଁ ।’

ଲୋକପ୍ରିୟ ଇ-କମର୍ସ କମ୍ପାନି ଆମାଜନ୍‌ ସିଇଓ ଜେଫ୍‌ ବେଜୋସ୍‌ଙ୍କ ସହ ମୁମ୍ବାଇରେ କଥା ହେବା ପରେ ଶାହାରୁଖ ଏହି ଖୁଲାସା କରିଛନ୍ତି । ଏହା ବ୍ୟତୀତ ଶାହାରୁଖ ଶୋଇବାକୁ ସମୟ ନଷ୍ଟ ‌ବୋଲ ଭାବନ୍ତି ବୋଲି ପ୍ରକାଶ କରିବା ସହ ଏହି କାରଣରୁ ସେ ବେଶି ଶୁଅନ୍ତି ନାହିଁ ବୋଲି କହିଛନ୍ତି ।

Comments are closed.