Odisha Link
Bridging the Missing Links in Odisha

ବିବାହ କରିବେ ବରୁଣ !

ମୁମ୍ୱାଇ : ବଲିଉଡରେ ବହୁତ ଜଲଦି ନୂଆ କପୁୁଲଙ୍କୁ ଦେଖିବାକୁ ମିଳିବ । ଷ୍ଟ୍ରିଟ ଡ୍ୟାନେସର ୩ଡି ଅଭିନେତା ବରୁଣ ଧାବନ୍‌ ବହୁତ ଜଲଦି ବିବାହ କରିବାକୁ ଯାଉଛି । ତାଙ୍କ ଗାର୍ଲଫ୍ରେଣ୍ଡ ନତାଶା ଦଲାଲଙ୍କୁ ବିବାହର କରିବାର ସୂଚନା ମିଳିଛି ।

ଦୁହେଁ ପରସ୍ପରକୁ ବହୁତ ସମୟ ଧରି ଡେଟ୍‌ କରୁଛନ୍ତି । ବି-ଟାଉନ୍‌ରେ ଦୁହିଁଙ୍କର ବିବାହକୁ ନେଇ ଚର୍ଚ୍ଚା ମଧ୍ୟ ହେଉଛି। ଅନେକ ଇଣ୍ଟରଭ୍ୟୁରେ ବି ବରୁଣ ତାଙ୍କ ଗାର୍ଲଫ୍ରେଣ୍ଡକୁ ବିବାହ କରିବାକୁ ଚାହୁଁଛନ୍ତି ବୋଲି ଇଚ୍ଛାପ୍ରକାଶ କରିଛନ୍ତି ।

ସୂଚନା ଅନୁସାରେ ଏ ବର୍ଷ ମେ’ରେ ଦୁହେଁ ବିବାହ କରିବାକୁ ଯୋଜନା କରୁଛନ୍ତି। ଦୁହେଁ ଏକ ଗ୍ରାଣ୍ଡ ୱେଡିଙ୍ଗର ଯୋଜନା କରୁଛନ୍ତି, ଯାହା ସପ୍ତାହେ ପର୍ଯ୍ୟନ୍ତ ଚାଲିବ। ଏଥିରେ ମେହେନ୍ଦୀ, ସଙ୍ଗୀତ ଓ ରିସେପସନ୍‌ ରହିବ। ଖବର ଏହା ମଧ୍ୟ ମିଳିଛି ଯେ ଗୋଆର କୌଣସି ବିଚ୍‌ କିମ୍ୱା ବଡ଼ ହୋଟେଲ୍‌ରେ ବିବାହ ହେବ। କିନ୍ତୁ ବରୁଣ ଓ ନତାଶାଙ୍କ ପରିବାର ବିବାହ କଥାକୁ ସିକ୍ରେଟ୍‌ ରଖୁଛନ୍ତି ।

ସୂଚନା ଅନୁସାରେ ୨୪ ଏପ୍ରିଲରେ ବରୁଣଙ୍କ ଜନ୍ମଦିନ। ଏହିଦିନ ହିଁ ତାଙ୍କ ପରିବାର ବିବାହର ତାରିଖ ଘୋଷଣା କରିବେ। ମାର୍ଚ୍ଚରୁ ବରୁଣ ମିଷ୍ଟର୍‌ ଲେଲେ ସିନେମାର ଶୁଟିଂ ଆରମ୍ଭ କରିବେ, ହେଲେ ବିବାହ ପାଇଁ ସେ ଛୁଟି ନେବେ ବୋଲି ଶୁଣିବାକୁ ମିଳିଛି ।

Comments are closed.