Odisha Link
Bridging the Missing Links in Odisha

ସୁରଟରେ ଭୟାଭୟ ଅଗ୍ନିକାଣ୍ଡ, ୫୭ ଦମକଳ ମୁତୟନ

ସୁରଟ: ଗୁଜରାଟର ସୁରଟରେ ଭୟାଭୟ ଅଗ୍ନିକାଣ୍ଡ। ସୁରଟରେ ଥିବା ରଘୁବୀର କପଡ଼ା ମାର୍କେଟରେ ଆଜି ସକାଳେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ମାର୍କେଟର ଏକ ବଡ଼ କୋଠାରେ ନିଆଁ ଲାଗିଯାଇଥିଲା ନିଆଁକୁ ଲିଭାଇବା ପାଇଁ ୫୭ଟି ଦମକଳ ଗାଡ଼ି ନିୟୋଜିତ କରାଯାଇଥିଲ। ପ୍ରାୟ ୫ ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଛି। ୧୪ ମହଲା ବିଶିଷ୍ଟ ଏହି କୋଠାର ୧୦ମ ମହଲାରେ ନିଆଁ ଲାଗିଥିଲା। ଏହି ଅଗ୍ନିକାଣ୍ଡରେ କୋଟି କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। ଏଥିରେ କେହି ମୃତାହତ ହୋଇଥିବା ନେଇ ସୂଚନା ମିଳିନାହିଁ।