୧୧୧ ଟ୍ୟୁସନ ଅଧ୍ୟାପକଙ୍କ ଉପରେ ହେବ ଆକ୍ସନ

ଭୁବନେଶ୍ବର: ସରକାରୀ କଲେଜ ଅଧ୍ୟାପକଙ୍କ ଘରୋଇ ଟ୍ୟୁସନ ଉପରେ ବ୍ରେକ ଦେବାକୁ ଉଚ୍ଚଶିକ୍ଷା ବିଭାଗ ଏବେ ତତ୍ପର। ଏନେଇ ଦୁଇଦିନ ତଳେ ଘୋଷଣା କରିଥିଲେ ଆଜି ତାଲିକା ଜାରି କରିଛନ୍ତି।ବିଭାଗ ପକ୍ଷରୁ ଜାରି ହୋଇଥିବା ପ୍ରଥମ ତାଲିକାରେ ୧୧୧ଜଣ ଅଧ୍ୟାପକଙ୍କ ନାମ ରହିଛି। ଯେଉଁମାନେ କି ସରକାରୀ କଲେଜରେ ଥାଇବି ଘରୋଇ ଟ୍ୟୁସନ କରୁଛନ୍ତି। ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।
ବାରମ୍ବାର ତାଗିଦ୍ ସତ୍ତ୍ବେ ସରକାରୀ କଲେଜ ଅଧ୍ୟାପକମାନେ ବାହାରେ ଟ୍ୟୁସନ କରି ପାଠ ପଢାଉଛନ୍ତି। ସରକାରୀ ନିୟମକୁ ବେଖାତିର କରୁଛନ୍ତି। ଏହି ତାଲିକାରେ କଟକ ଓ ଭୁବନେଶ୍ବର ସମେତ ରାଜ୍ୟର ଉପକୂଳ ଜିଲ୍ଲାର ବିଭିନ୍ନ କଲେଜଗୁଡିକରେ କାର୍ଯ୍ୟରତ ଅଧ୍ୟାପକ ରହିଛନ୍ତି। ଭୁବନେଶ୍ବରର ବିଜେବି, ରମାଦେବୀ ଓମେନ୍ସ, ରମାଦେବୀ ଜୁନିଅର, ବିଜୁପଟ୍ଟନାୟକ, ଏକାମ୍ର କଲେଜର ୮ ଅଧ୍ୟାପକ, ଖୋର୍ଦ୍ଧାର ୬, ଭଦ୍ରକର ୮, ଯାଜପୁରର ୧୧, ସେହିପରି କଟକ, କେନ୍ଦ୍ରାପଡା, ବାଲେଶ୍ବର, କେନ୍ଦୁଝର, ଆଦି କଲେଜର ମୋଟ ୧୧୧ ଅଧ୍ୟାପକଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ।
Comments are closed.