Odisha Link
Bridging the Missing Links in Odisha

ଆମ୍ବୁଲାନ୍ସ ଓଲଟି ୩ଗୁରୁତର

ଜଳେଶ୍ବର: ଜଳେଶ୍ବର ଦେଇ ଯାଇଥିବା ଜାତୀୟ ରାଜପଥ ଗୁଡିଆଳ ଛକ ନିକଟରେ ଆମୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଡ୍ରାଇଭର ସମେତ ୩ ଜଣ ଗୁରୁତର ହୋଇଛି। ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ୧୦୨ ଜନନୀ ଏକ୍ସପ୍ରେସ ରୋଗୀଙ୍କୁ ବାଲେଶ୍ୱର ହସ୍ପିଟାଲରେ ଛାଡ଼ି ଭୋଗରାଇ ଫେରୁଥିଲା। ଜାତୀୟ ରାଜପଥରେ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

Comments are closed.