Odisha Link
Bridging the Missing Links in Odisha

ବଜେଟ୍ ‘ବହିଖାତା’ ସହ ସଂସଦରେ ପହଞ୍ଚିଲେ ନିର୍ମଳା

ନୂଆଦିଲ୍ଲୀ: ଆଜି ସାଧାରଣ ବଜେଟ। ପୂର୍ବାହ୍ନ ୧୧ଟାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସଂସଦରେ ବଜେଟ ଉପସ୍ଥାପନ କରିବେ। ଏଥିପାଇଁ ନିର୍ମଳା ବଜେଟ୍ ‘ବହି ଖାତା’ ସହ ସଂସଦରେ ପହଞ୍ଚି ସାରିଲେଣି। ତାଙ୍କ ସହ ତାଙ୍କ ସହଯୋଗୀ ତଥା କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଅର୍ଥ ସଂସଦରେ ପହଞ୍ଚି ସାରିଲେଣି। ତେବେ ବଜେଟରେ ରାଷ୍ଟ୍ରପତିଙ୍କ ସ୍ବାକ୍ଷର ଆବଶ୍ୟକ ଥିବାରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଷ୍ଟ୍ରପତି ଭବନରେ ପହଞ୍ଚିଥିଲେ। ରାଷ୍ଟ୍ରପତିଙ୍କ ସ୍ବାକ୍ଷର ପରେ ସୀତାରମଣ ସଂସଦରେ ପହଞ୍ଚିଛନ୍ତି। ବଜେଟ ପୂର୍ବରୁ ପୂର୍ବାହ୍ନ ୧୦ଟା ୧୫ରେ କ୍ୟାବିନେଟ ବୈଠକ ବସିବ। ଏଥିରେ ଔପଚାରିକ ଭାବେ ବଜଟେକୁ ମଞ୍ଜୁରୀ ପ୍ରଦାନ କରାଯିବ। ଏହା ପରେ ପୂର୍ବାହ୍ନ ୧୧ଟାରେ ସୀତାରମଣ ବଜେଟ ଉପସ୍ଥାପନ କରିବେ।

ନିର୍ମଳା ସୀତାରମଣ ପ୍ରଥମ ଥର ପାଇଁ ପୂର୍ଣ୍ଣାଙ୍ଗ ଥର ପାଇଁ ବଜେଟ ଉପସ୍ଥାପନ କରିବେ ସୀତାରମଣ । ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିରେ ସରକାର ଗଢିବାର ୭ ମାସ ମଧ୍ୟରେ ନୀତି ନିର୍ଧାରଣ ଓ ଆର୍ଥିକ ସ୍ଥିତି ସଜାଡିବା କ୍ଷେତ୍ରରେ ମୋଦୀ ସରକାରଙ୍କ ପାଇଁ ଏହାକୁ ଦ୍ୱିତୀୟ ସୁଯୋଗ ବୋଲି କୁହାଯାଇପାରେ। ସଂପ୍ରତି ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବାରୁ ସରକାର ଚଳିତ ବଜେଟରେ ଚାହିଦା ବୃଦ୍ଧି ଉପରେ ଗୁରୁତ୍ୱ ଦେବେ ବୋଲି ଆଶା କରାଯାଉଛି। ବଜେଟରୁ କୃଷକ, ଯୁବଗୋଷ୍ଠୀ, ମଧ୍ୟବିତ୍ତ ପରିବାର ସମେତ ଅନ୍ୟାନ୍ୟ ବର୍ଗଙ୍କର ବହୁତ କିଛି ଆଶା ରହିଛି।

Comments are closed.