ଆଇସିସି ଅଣ୍ଡର୍-୧୯ ବିଶ୍ୱକପ୍: କାଲି ୧ମ ସେମିଫାଇନାଲ, ମହାଁମୁହିଁ ହେବେ ଭାରତ-ପାକ୍

ପୋଚେଫଷ୍ଟ୍ରୁମ୍: ଆସନ୍ତାକାଲି ଆଇସିସି ଅଣ୍ଡର୍-୧୯ ବିଶ୍ୱକପର ସେମିଫାଇନାଲ୍ ପର୍ଯ୍ୟାୟ ଆରମ୍ଭ ହେବ। ପ୍ରଥମ ସେମିଫାଇନାଲ ମୁକାବିଲାରେ ମୁହାଁମୁହିଁ ହେବେ ଦୁଇ ଚିରପ୍ରତିଦ୍ବନ୍ଦୀ ଭାରତ ଓ ପାକିସ୍ତାନ। ଗତକାଲିର ମୁକାବିଲା ଜିତିବା ପାଇଁ ଦୁଇ ଦଳ ଚେଷ୍ଟା କରିବେ। ଏଥିପାଇଁ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି।
ଚାରିଥରର ବିଜେତା ଭାରତକୁ ଏହି ମ୍ୟାଚ୍ ପାଇଁ ଫେଭରିଟ୍ କୁହାଯାଉଥିଲେ ହେଁ, ଟିମ୍ ପାକିସ୍ତାନକୁ ଆଦୌ ହାଲୁକା ଭାବେ ନେବ ନାହିଁ। ଉଭୟ ଦଳ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହି ସେମିଫାଇନାଲରେ ପହଞ୍ଚିଛନ୍ତି। କ୍ୱାର୍ଟରଫାଇନାଲରେ ଭାରତ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ହରାଇଥିବା ବେଳେ ପାକିସ୍ତାନ ପଡ଼ୋଶୀ ଦେଶ ଆଫଗାନିସ୍ତାନକୁ ପରାସ୍ତ କରିଥିଲା।
ପାକିସ୍ତାନ କ୍ୟାପଟେନ୍ ରୋହେଲ୍ ନାଜିନର ଏହି ମ୍ୟାଚକୁ ନେଇ କହିଛନ୍ତି, “ଭାରତ-ପାକିସ୍ତାନ ଲଢ଼େଇ ସବୁଠାରୁ ଅଧିକ ଚାପ ମୁକାବିଲା। ଏଥିରେ ଉଭୟ ଦଳର ଖେଳାଳିଙ୍କର ଅସଲ ପରୀକ୍ଷା ଦେଖିବାକୁ ମିଳିବ। ଏହି ମ୍ୟାଚରେ ଭଲ ପ୍ରଦର୍ଶନ କରିଥିବା ଖେଳାଳି ରାତାରାତି ଷ୍ଟାର୍ ହୋଇଯିବ ଏବଂ ଖରାପ ଖେଳିବେ ଖଳନାୟକ ମଧ୍ୟ ହେବ।”