Odisha Link
Bridging the Missing Links in Odisha

ଶିକ୍ଷୟିତ୍ରୀଙ୍କୁ ଜିଅନ୍ତା ଜାଳିଦେବାକୁ ଉଦ୍ୟମ

ମହାରାଷ୍ଟ୍ର: ଶିକ୍ଷୟିତ୍ରୀଙ୍କୁ ପେଟ୍ରୋଲ ଢାଳି ଜିଅନ୍ତା ଜାଳିଦେବାକୁ ଉଦ୍ୟମ। ଏକ ତରଫା ପ୍ରେମକୁ ନେଇ ଜଣେ ବିବାହିତ ବ୍ୟକ୍ତି ଜଣେ ଶିକ୍ଷୟିତ୍ରୀଙ୍କୁ ଜିଅନ୍ତା ଜାଳିବାକୁ ଉଦ୍ୟମ କରିଛି। ଏଭଳି ଘଟଣା ଘଟିଛି ମହାରାଷ୍ଟ୍ର ଓ୍ବାର୍ଦ୍ଧା ହିମଗଙ୍ଗାଘାଟ ଅଞ୍ଚଳର। ପୀଡ଼ିତା ଶିକ୍ଷୟିତ୍ରୀଙ୍କୁ ନାଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇ ତାଙ୍କ ଚିକିତ୍ସା କରାଯାଉଛି। ଖବର ଅନୁସାରେ, ଏହି ନିଆଁରେ ପୀଡ଼ିତା ନିଜ ଦୃଷ୍ଟି ଶକ୍ତି ହରାଇ ଦେଇଛନ୍ତି ଏବଂ ତାଙ୍କ ଶରୀର ୩୦ ପ୍ରତିଶତ ପୋଡ଼ି ଯାଇଛିନ୍ତି।

ସୂଚନା ଅନୁସାରେ, ୨୪ ବର୍ଷିୟା ପୀଡ଼ିତାଙ୍କୁ ୨୭ ବର୍ଷୀୟ ବିବାହିତ ଅଭିଯୁକ୍ତ ଭିକି ବାରମ୍ବାର ବିବାହ ପ୍ରସ୍ତାବ ଦେଇଥିଲା। ମାତ୍ର ପୀଡ଼ିତା ଜଣକ ଏହି ପ୍ରସ୍ତାବକୁ ଗ୍ରହଣ କରି ନ ଥିଲେ। ଏହାକୁ ନେଇ ରାଗ ରଖି ଆଜି ଭିକି ପୀଡ଼ିତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା। ପୀଡ଼ିତା ଜଣକ ଗତ ୭ ମାସ ହେବ ଏକ ମହିଳା କଲେଜରେ ପଢାଉଥିଲେ। ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି ଓ ମାମଲାର ଅଧିକ ତଦନ୍ତ ଜାରି ରଖିଛି।

Comments are closed.