Odisha Link
Bridging the Missing Links in Odisha

ଜାତୀୟସ୍ତରୀୟ ହସ୍ତତନ୍ତ ମେଳା

ଭୁବନେଶ୍ୱର : ଭୁବନେଶ୍ୱରର ସାଂସ୍କୃତିକ ମଂଚରେ ଦୁଇଜଣ ବିଖ୍ୟାତ ବମକାଇ ଶିଲକ୍ ଶାଢୀ ବୁଣାକାରଙ୍କୁ ବୟନିକା ତରଫରୁ ସ୧ାନୀତ କରାଗଲା । ଉକ୍ତ ଦୁଇଜଣ ହେଲେ ସୋନପୁର ଜିଲ୍ଲା ଜାତୀୟ ପୁରସ୍କାର ପ୍ରାପ୍ତ ପ୍ରହ୍ଲାଦ ମେହେର ଓ ହାଡ଼ୁ ମେହେର । ଏମାନେ ଦୀର୍ଘ ୨୫ ବର୍ଷରୁ ଏହି ବମକାଇ ବୁଣାକାମରେ ନିୟୋଜିତ ।

ବମକାଇ ଶାଢୀକୁ ରାଜ୍ୟ ତଥା ରାଜ୍ୟ ବାହାରେ ପରିଚିତ କରାଇବାରେ ଏମାନଙ୍କର ଅବଦାନ ଅବିସ୍ମରଣୀୟ ହୋଇ ରହିବ । ଗତକାଲି ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ, ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ମିଶ୍ର, ଭା.ପ୍ର.ସେ. । ମିଶ୍ର ୨୦୧୫ ରୁ ୨୦୧୮ ତିନି ବର୍ଷ ଧରି ବୟନିକାର ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରି ବୟନିକାକୁ ଟ.୧୦୦ କୋଟି ଟଙ୍କା ବ୍ୟବସାୟରେ ପହଂଚାଇବା ତାଙ୍କର କୃତିତ୍ୱ କହିଲେ ଅତ୍ୟୁକ୍ତି ହେବନାହିଁ ।

ଏହି ଜାତୀୟ ହସ୍ତତନ୍ତ ମେଳାକୁ ଅତି ସୁନ୍ଦର ଭାବେ ପରିଚାଲିତ କରି ସେ ଏହି ମେଳାକୁ ତଥା ବୟନିକାକୁ ସାରା ଦେଶରେ ପରିଚିତ କରାଇବାରେ ମହତ୍ୱପୂର୍ଣ ଭୂମିକା ଗ୍ରହଣ କରିଥିଲେ । ମିଶ୍ର ତାଙ୍କରି ଉଦ୍‌ଘାଟନୀ ଭାଷଣରେ ମେଳାର ଆୟୋଜକଙ୍କୁ ପ୍ରଂଶସା କରିବା ସହ ଏହାକୁ ଆଗାମୀ ଦିନରେ ଆନ୍ତର୍ଜାତିକ ଖ୍ୟାତି ସଂମ୍ପନ୍ନ କରିବାପାଇଁ ଆଶା ପୋଷଣ କରିଥିଲେ ।

ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । କଟକର ଓଡ଼ିଶି ନୃତ୍ୟ ମଣ୍ଡଳ ଦ୍ୱାରା ଓଡ଼ିଶି ଓ ଫୋକ୍ ନୃତ୍ୟ ପରିବେଷଣ କରାଯାଇଥିଲା । ତାପରେ ଗୁରୁ ପ୍ରଦୀପ କୁମାର ଦାସ ଓ ଗ୍ରୁପ୍ ଙ୍କ ଦ୍ୱାରା ସୁଗମ ସଂଗୀତର ଆସର ସମସ୍ତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ରବିବାର ଛୁଟିଦିନ ଥିବାରୁ ଦର୍ଶକଙ୍କ ସଂଖ୍ୟା ବହୁମାତ୍ରାରେ ବଢିଥିଲା ।

ମେଳାରେ ଏକ ସପ୍ତାହ ମଧ୍ୟରେ ପ୍ରାୟ ୨ କୋଟି ଟଙ୍କାର ବ୍ୟବସାୟ ହେଲାଣି । ଆଗାମୀ ଦିନରେ ବ୍ୟବସାୟ ଏ ବର୍ଷ ନିଶ୍ଚିତ ଭାବରେ ଅଧିକ ହେବ ବୋଲି ସମସ୍ତ ଯୋଗଦାନ କରିଥିବା ସଂସ୍ଥା ଆଶାବାଦୀ । ଆଗାମୀ କାଲି ସଂଧ୍ୟାରେ ଏହି ମଂଚରେ ଶାନ୍ତିଲତା ବାରିକ ଓ ତାଙ୍କ ଗ୍ରୁପ୍ ଦ୍ୱାରା ‘ଭଜନ’ ପରିବେଷଣ କରାଯିବ । ଏହି ଦିନଟିକୁ ମଧ୍ୟ ‘ବମକାଇ କଟନ ଦିବସ’ ରୂପେ ପାଳନ କରାଯିବ ।

Comments are closed.