Odisha Link
Bridging the Missing Links in Odisha

କେରଳରେ ‘କରୋନା ଭାଇରସ୍’କୁ ରାଜ୍ୟ ବିପତ୍ତି ଘୋଷଣା

କେରଳ: ‘କରୋନା ଭାଇରସ୍’କୁ ରାଜ୍ୟ ବିପତ୍ତି ଘୋଷଣା କଲେ କେରଳ ସରକାର। କେରଳରେ ତୃତୀୟ ରୋଗୀ ଚିହ୍ନଟ ହେବାପରେ କରୋନାକୁ ରାଜ୍ୟ ବିପତ୍ତି ଘୋଷଣା କରାଯାଇଛି। ମାରାତ୍ମକ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବ୍ୟାପିବାର ଆଶଙ୍କା ଥିବାରୁ କେରଳ ସରକାର ଆଜି ଏଥିପାଇଁ ରାଜ୍ୟ ବିପତ୍ତି ଘୋଷଣା କରିଛନ୍ତି। କରୋନା ପାଇଁ କେରଳରେ ଆଲର୍ଟ ଜାରି କରିଦିଆଯାଇଛି। ଚୀନରୁ ସୃଷ୍ଟି ହୋଇଥିବା କରୋନା ଭାଇରସ୍ ଏହାର କାୟା ବିସ୍ତାର କରିବାର ଲାଗିଛି। ଚୀନରେ ‘କରୋନା ଭାଇରସ୍’ରେ ମୃତ୍ୟୁ ସଂଖ୍ୟା ୪୨୫ରେ ପହଞ୍ଚିଲାଣି।

ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ କେକେ ସୈଲଜା କହିଛନ୍ତି, “ଏଭଳି ଘୋଷଣା ଲୋକଙ୍କୁ ଭୟଭୀତ କରିବା ପାଇଁ କରାଯାଇ ନାହିଁ। ଏଭଳି ଘୋଷଣା ଦ୍ୱାରା କରୋନା ଭାଇରସ ବ୍ୟାପିବାକୁ ରୋକା ଯାଇ ପାରିବ ଏବଂ ଲୋକମାନେ ଅଧିକ ସତର୍କତା ଅବଲମ୍ବନ କରିପାରିବେ। ତେଣୁ ଆମେ ରାଜ୍ୟ ବିପତ୍ତି ଘୋଷଣା କରିଛୁ।”

ପୂର୍ବରୁ କେରଳରେ ୨ ଜଣ ଚାଇନା ଫେରନ୍ତାଙ୍କ ଶରୀରରେ ଏହି ଭୂତାଣୁ ଥିବା ଚିହ୍ନଟ ହୋଇଥିଲା। ଗତକାଲି ତୃତୀୟ ରୋଗୀ ଚିହ୍ନଟ ହୋଇଛି। ସଂପୃକ୍ତ ବ୍ୟକ୍ତିଙ୍କ ଶରୀରରେ କରୋନା ଭାଇରସ ରହିଥିବା ଜଣାପଡ଼ିବା ପରେ ତାଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖାଯାଇଛି। ଏହା ଯେମିତି ନ ବ୍ୟାପିବ, ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

Comments are closed.