Odisha Link
Bridging the Missing Links in Odisha

ଫୁଲବାଣୀ ଛାତ୍ରଙ୍କ ରିପୋର୍ଟ ନେଗେଟିଭ୍

କନ୍ଧମାଳ: କରୋନା ସନ୍ଦେହରୁ ମୁକ୍ତ ହେଲେ ଫୁଲବାଣୀ ଡାକ୍ତରୀ ଛାତ୍ର। ଫୁଲବାଣୀ ଡାକ୍ତରୀ ଛାତ୍ରଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। ରିପୋର୍ଟ ନେଗେଟିଭ୍‌ ଥିବା ସୂଚନା ଦେଇଛନ୍ତି ଡିଏମଇଟି ଡ. ସିବିକେ ମହାନ୍ତି। କରୋନା ସନ୍ଦେହରେ କଟକ ଏସସିବିରେ ଥିଲେ ଫୁଲବାରୀର ଡାକ୍ତରୀ ଛାତ୍ର। ସେ ଚୀନରେ ଡାକ୍ତରୀ ପଢ଼ୁଥିବା ଛାତ୍ରଙ୍କୁ କରୋନା ସନ୍ଦେହ ଥିଲା। ଏଯାବତ ଲ୍ୟାବ୍‌ ଯାଇଥିବା ୬ ସାମ୍ଫୁଲରୁ ୫ ନେଗେଟିଭି ଥିବା ସୂଚନା ମିଳିଛି। ଅନ୍ୟ ଜଣେ ମହିଳାଙ୍କ ରିପୋର୍ଟ ଏଯାବତ ଆସିନାହିଁ ବୋଲି କରିଛନ୍ତି ଡିଏମଇଟି।
ସୂଚନାଯୋଗ୍ୟ ଯେ, ଓଡ଼ିଶାରେ କରୋନା ଭାଇରସ ସନ୍ଦେହ। ଫୁଲବାଣୀରେ ଜଣେ ଛାତ୍ର କରୋନାରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି। ଛାତ୍ର ଜଣକ ନିକଟରେ ଚୀନରୁ ଫେରିଥିଲେ। ଗତ ୧୦ ଦିନ ପୂର୍ବେ ସେ ଫୁଲବାଣୀକୁ ଫେରିଥିଲେ। ଚିକିତ୍ସା ପାଇଁ ତାଙ୍କୁ କଟକ ଏସସିବି ସ୍ଥାନାନ୍ତର କରାଯାଇଛି। ଫୁଲବାଣୀ ସିଡିଏମଓଙ୍କୁ ଚିଠି ଲେକି ଜଣାଇଥିଲେ ଛାତ୍ର। ଚୀନରେ ଡାକ୍ତରୀ ପାଠ ପଢୁଛନ୍ତି ଏହି ଛାତ୍ର ଜଣକ।

Comments are closed.