କୋରୋନା ଭାଇରସ ଦୂର କରିବା ପାଇଁ ଚୀନରେ ପହଞ୍ଚିଲେ ରାକ୍ଷୀ

ମୁମ୍ବାଇ : ବଲିଉଡର କଣ୍ଟ୍ରୋର୍ଭସି କୁଇନ ରାକ୍ଷୀ ସାଓ୍ଵନ୍ତ କିଛି ନା କିଛି କାମ କରି ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥାନ୍ତି । ରାକ୍ଷୀ ସର୍ବଦା ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି । ତେବେ ସେ ଏକ ଭିଡ଼ିଓ ନିଜ ଇନଷ୍ଟାଗ୍ରାମରେ ଏକ ଭିଡ଼ିଓ ଓ ଫଟୋ ସେୟାର କରିଛନ୍ତି । ଏହି ଭିଡ଼ିଓରେ ରାକ୍ଷୀ ନିଜ ମନର କଥା କହିଛନ୍ତି ।
କିଛି ଦିନ ପୂର୍ବରୁ ଚୀନରେ କୋରୋନା ଭାଇରସ ଲୋକମାନଙ୍କ ମଧ୍ୟରେ ଭୟଙ୍କର ପରିସ୍ଥତି ସୃଷ୍ଟି କରିଛି । କିନ୍ତୁ ରାକ୍ଷୀ ସାଓ୍ଵନ୍ତଙ୍କୁ ଏହି ସମ୍ପର୍କରେ ବିଲକୁଲ୍ ଭୟ ନାହିଁ । ଏବେ ରାକ୍ଷୀ ଚୀନରେ ପହଞ୍ଚି କୋରୋନା ଭାଇରସକୁ ଶେଷ କରିବା ପାଇଁ ଦାବି କରିଛନ୍ତି ।
https://www.instagram.com/tv/B8D_fADH4Gy/
ସୂଚନା ଅନୁସାରେ ରାକ୍ଷୀ ପ୍ଲାଇଟରେ ବସିଥିବା ସମୟରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ରାକ୍ଷୀ କହିଛନ୍ତି ଏହି ଭାଇରସକୁ ଶେଷ କରିବା ପାଇଁ ମୁଁ ଚୀନ ଯାଉଛି। କେବଳ ଏତିକି ନୁହେଁ ରାକ୍ଷୀ ଆମେରିକାର ନାସାରୁ ଏହି ଭାଇରସକୁ ଶେଷ କରିବା ପାଇଁ ମଧ୍ୟ ଔଷଧ ମଗାଇଛନ୍ତି। ରାକ୍ଷୀଙ୍କର ଏହି ଭିଡିଓ ଦର୍ଶକଙ୍କୁ ଖୁବ୍ ମଜାଳିଆ ଲାଗିଛି।
Comments are closed.