Odisha Link
Bridging the Missing Links in Odisha

ମହିଳା ପୁଲିସ୍‌ ଅଧିକାରୀଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ : ଦିଲ୍ଲୀରେ ଜଣେ ମହିଳା ପୁଲିସ୍‌ ସବ୍‌ ଇନ୍ସପେକ୍ଟରଙ୍କୁ ହତ୍ୟା। ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀ ନର୍ଥ-ୱେଷ୍ଟ ନିକଟରେ ପ୍ରୀତି ଅହଲାଓ୍ବତ ନାମକ ଜଣେ ମହିଳା ସବ ଇନ୍ସପେକ୍ଟରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମହିଳାଙ୍କୁ ତାଙ୍କର ଜଣେ ସହଯୋଗୀ ଦୀପାଂଶୁ ରାଠି ଗୁଳି କରିଛନ୍ତି ।ପ୍ରେମ ନିବେଦନ କରି ବିଫଳ ହେବା ପରେ ସେ ଏଭଳି କାଣ୍ଡ ଭିଆଇଛନ୍ତି। ଏଥିସହ ଯୁବକ ଜଣକ ନିଜେ ମଧ୍ୟ ଆତ୍ମହତ୍ୟା କରିଛନ୍ତି। ଘଟଣାସ୍ଥଳରେ ପୋଲିସ ଅଧିକାରୀ ପହଞ୍ଚି ମୃତଦେହକୁ ଜବତ କରିଛନ୍ତି। ମୃତକ ପ୍ରୀତି ଅହଲାଓ୍ବତ ପଟପଡଗଞ୍ଜ ଶିଳ୍ପାଞ୍ଚଳ ଥାନାରେ ସବ୍‌ ଇନ୍ସପେକ୍ଟର ଭାବେ କାର୍ଯ୍ୟ କରୁଥିଲେ ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ରାତି ୯.୩୦ରେ ପ୍ରୀତି ନିଜର ଡ୍ୟୁଟି ସାରି ଘରକୁ ଫେରୁଥିଲ। ଇଷ୍ଟ ମେଟ୍ରୋ ଷ୍ଟେସନ ନିକଟରେ ପ୍ରୀତିଙ୍କ ପଛ ପଟୁ ଆସି ଜଣେ ଯୁବକ ଗୁଳି କରିଥିଲା। ଲଗାତର ୩ ରାଉଣ୍ଡ ଗୁଳି ମାଡ କରିଥିଲା ଦୁର୍ବୃତ୍ତ । ୨ରାଉଣ୍ଡ ଗୁଳି ପ୍ରୀତିଙ୍କ ଦେହରେ ବାଜିଥିବା ବେଳେ ଆଉ ଏକ ରାଉଣ୍ଡ ଗୁଳି ତାଙ୍କ ନିକଟ ଦେଇ ଚାଲିଯାଇଥିଲା। ମୁଣ୍ଡରେ ଗୁଳି ବାଜିବା ଯୋଗୁଁ ଘଟଣାସ୍ଥଳରେ ହିଁ ପ୍ରୀତିଙ୍କ ମୃତ୍ୟୁ ହୋଇଯାଇଥିଲା ଅନ୍ୟପକ୍ଷରେ ପ୍ରୀତିଙ୍କୁ ଗୁଳି କରିଥିବା ତାଙ୍କ ସହଯୋଗୀ ଦୀପାଂଶୁ ରାଠି ଘଟଣା ପରେ ହରିଆଣାର ସୋନିପତରେ ଆତ୍ମହତ୍ୟା କରିଛି। ପୁଲିସ୍‌ର ସୂଚନା ଅନୁଯାୟୀ, ପ୍ରୀତିଙ୍କୁ ଗୁଳି କରିଥିବା ଦୀପାଂଶୁ ମଧ୍ୟ ଜଣେ ସବ ଇନସପେକ୍ଟର। ସେ ପ୍ରୀତିକୁ ପ୍ରେମ କରୁଥିଲେ। ହେଲେ ପ୍ରୀତି ଏଥିରେ ରାଜି ହେଉ ନଥିଲେ। ଏହାର ବଦଲା ନେବାକୁ ସେ ଗୁଳିକାଣ୍ଡ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

Comments are closed.