Odisha Link
Bridging the Missing Links in Odisha

ନବୀ ମୁମ୍ବାଇରେ ଅଗ୍ନିକାଣ୍ଡ

ମୁମ୍ବାଇ: ଆଜି ସକାଳେ ନବୀ ମୁମ୍ବାଇର ସେକ୍ଟର ୪୪ ନେରୁଲ ସୀବୁଡ଼ସର ବହୁ ମସଲା ବିଶିଷ୍ଟ ଏକ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଘଟଣାସ୍ଥଳରେ ଦମକଳ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ପ୍ରାୟ ୬ଟି ଦମକଳ ଗାଡ଼ି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ରହିଛନ୍ତି। ଏଥିରେ କେହି ମୃତାହତ ହୋଇଥିବା ନେଇ ଏଯାବତ ସୂଚନା ମିଳିପାରି ନଥିବା ବେଳେ ଅଗ୍ନିକାଣ୍ଡର କାରଣ ମଧ୍ୟ ଅସ୍ପଷ୍ଟ ରହିଛି।

ଥାନେ ନଗର ନିଗମ ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ପାମ ରୋଡ଼ ସ୍ଥିତ ଉକ୍ତ ଅଟ୍ଟାଳିକାର ୨୦ ମହଲାରେ ସକାଳ ପ୍ରାୟ ସାଢେ ୬ଟାରେ ନିଆଁ ଲାଗି ଯାଇଥିଲା। ନିଆଁ କ୍ରମଶଃ ୨୦ ମହଲାର ଆପାର୍ଟମେଣ୍ଟ ବ୍ୟତୀତ ଉପର ମହଲାକୁ ମଧ୍ୟ ବ୍ୟାପି ଯାଇଥିଲା। ଏହାପରେ ନେରୁଲ ଓ ସିବିଡ଼ି ବେଲାପୁର ଓ ବାଶୀ ଅଗ୍ନିଶମ କର୍ମଚାରୀଙ୍କ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପୂର୍ବରୁ ମୁମ୍ବଇର ସାକୀ ନାକା ଅଞ୍ଚଳର ଆଶ୍ରୟସ୍ଥଳର ପ୍ରଥମ ମହଲାରେ ଅଗ୍ନିକାଣ୍ଡ ହୋଇଥିଲା। ଘଟଣାସ୍ଥଳରେ ୭ଟି ଦଳକଳ ଗାଡ଼ି ସହ ବହୁ କର୍ମଚାରୀ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ଥିଲେ।

Comments are closed.