Odisha Link
Bridging the Missing Links in Odisha

ଅଭିଯୁକ୍ତ କସାଵ ବିପକ୍ଷରେ କେଶ ଲଢ଼ିଥିବା ଓକିଲଙ୍କ ଉପରେ ନିର୍ମାଣ ହେବ ବାୟୋପିକ

ମୁମ୍ବାଇ : ସବୁ ହିରୋ ଟୋପି ପିନ୍ଧନ୍ତିନି , କେତେକ କଳା କୋର୍ଟ ବି ପିନ୍ଧନ୍ତି । ଏହା ଆମେ କହୁନୁ ଏହାକୁ ନିର୍ଦ୍ଦେଶକ ଉମେଶ ଶୁକ୍ଳା କହିଛନ୍ତି । ସେ ‘ଓ ମାଇଁ ଗଡ଼’ ଓ ‘୧୦୨ ନଟ ଆଉଟ’ ପରି ଅନେକ ସିନେମାରେ ନିର୍ଦ୍ଦେଶନା ଦେଇଛନ୍ତି ।

ବର୍ତ୍ତମାନ ଉମେଶ ଏକ ବାୟୋପିକ ପ୍ରସ୍ତୁତ କରିବାକୁ ଯାଉଛନ୍ତି । ଯାହାର ନାମ ‘ନିକମ’ ରଖାଯିବ ବୋଲି ସ୍ଥିର କରାଯାଇଛି । ସିନେମାଟି ବିଶିଷ୍ଟ ଓକିଲ ଉଜ୍ଜ୍ୱଳ ନିକମଙ୍କ ଜୀବନିକୁ ନେଇ ପ୍ରସ୍ତୁତ କରାଯିବ । ଉଜ୍ଜ୍ୱଳଙ୍କୁ ଆତଙ୍କବାଦ ସମ୍ବନ୍ଧୀୟ ମାମଲା ଗୁଡିକ ଲଢ଼ିବାରେ ମାଷ୍ଟର ମାଇଣ୍ଡ ବୋଲି ଧରାଯାଏ ।

୨୬/୧୧ ଆତଙ୍କବାଦୀ ଘଟଣାରେ ଧରା ପଡିଥିବା ଏକ ମାତ୍ର ଆତଙ୍କବାଦୀ କସାଵର କେଶକୁ ଉଜ୍ଜ୍ୱଳ ହିଁ ବହନ କରିଥିଲେ । ଏହା ବାଦ ଉଜ୍ଜ୍ୱଳ ୧୯୯୩ ମସିହାର ବମ୍ବେ ବମ ଧମାକା, ଗୁଲସନ କୁମାର ହତ୍ୟାକାଣ୍ଡ ଆଦି ପରି ପ୍ରମୁଖ ଘଟଣା ଗୁଡିକରେ ବି ମୁଖ୍ୟ ଭୂମିକା ନିଭେଇ ଥିଲେ । ନିଜ ୩୦ ବର୍ଷର କ୍ୟାରିୟର ଭିତରେ ସେ ୬୨୮ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ଓ ୩୭ ଜଣଙ୍କୁ ଫାସୀ ଦଣ୍ଡ ଦେଇଛନ୍ତି ।

ଏହି ବାୟୋପିକ ବିଷୟରେ ନିକମଙ୍କୁ ପଚରା ଯିବାରୁ ସେ କହିଛନ୍ତି କି ଅନେକ ବର୍ଷ ହେବ ତାଙ୍କ ଉପରେ ବହି ଲେଖିବା ସହ ସିନେମା ନିର୍ମାଣ କରିବାକୁ ଚେଷ୍ଟା ଚଳେଇ ଥିଲେ ବି ସେ ସେଥିପ୍ରତି ସେତେଟା ଧ୍ୟାନ ଦେଇନଥିଲେ । କାରଣ ତାଙ୍କ ଉପରେ ଦେଶର ପୀଡିତ ମାନଙ୍କ ଦାୟିତ୍ୱ ଥିବାରୁ ସେ ସେଥିପ୍ରତି ସେତେଟା ଧ୍ୟାନ ଦେଇନାହାନ୍ତି । କିନ୍ତୁ ନିଜ ଉପରେ ହେଉଥିବା ବାୟୋପିକ ନିର୍ମାଣରେ ସେ ସମ୍ପୂର୍ଣ ସହଯୋଗ କରିବେ ।

ଉମେଶ ଶୁକ୍ଳା ନିଜ ବକ୍ତବ୍ୟରେ କହିଛନ୍ତିକି ଏପରି ଜଣେ ରୋମାଂଚିତ ବ୍ୟକ୍ତିଙ୍କ ଉପରେ ସିନେମା ନିର୍ମାଣ ନେଇ ତାଙ୍କ ଦଳ ବି ଖୁବ ଉତ୍ସାହିତ ଅଛନ୍ତି । ନିକମ ଜଣେ ଏମିତି ହିରୋ ଯିଏ ସଦାବେଳେ ନ୍ୟାୟ ଉପରେ ହିଁ ବିଶ୍ୱାସ କରିଥାନ୍ତି ।

ସିନେମାର କାହାଣୀ ଦାୟିତ୍ୱରେ ରାଷ୍ଟ୍ରୀୟ ପୁରସ୍କାର ପ୍ରାପ୍ତ ଭାବେଶ ମଣ୍ଡଳୀୟା ଓ ଗୌରବ ଶୁକ୍ଳା ରହିବା ସହିତ ଉମେଶ ଶୁକ୍ଳା, ସେଯଲ ଶାହ, ଆଶିଷ ବାଘ, ଗୌରଭ ଶୁକ୍ଳା ପ୍ରଯୋଜନା ଦାୟିତ୍ୱରେ ରହିବେ ।

Comments are closed.